ବିଦାୟ ସମାରୋହରେ ମନେ ପକାଇଲେ ପୁରୁଣା ସ୍ମୃତି, ଦୁଇଟି କାର୍ଯ୍ୟକୁ ବହୁତ ଭଲ କହିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Published By : Prameya-News7 Bureau | July 23, 2022 IST

ନୂଆଦିଲ୍ଲୀ: ସରିଲା ଦେଶର ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ। ବିଦାୟକାଳୀନ ସମାରୋହ ଶନିବାର ସନ୍ଧ୍ୟାରେ ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସରକାରର ବିଭିନ୍ନ ମନ୍ତ୍ରୀ ଏବଂ ଦୁଇ ଗୃହର ସଦସ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଲୋକସଭାର ବାଚସ୍ପତି ଓମ ବିର୍ଲା ରାଷ୍ଟ୍ରପତି କୋବିନ୍ଦଙ୍କ ସ୍ଵାଗତ କରିଥିଲେ ଏବଂ ତାଙ୍କ କାର୍ଯ୍ୟକୁ ମନେ ପକାଇଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ମୋର ହୃଦୟରେ ଅନେକ ସ୍ମୃତି ରହି ଯାଇଛି। ଏହି ସଂସଦ ଭବନରେ ମୁଁ ଅନେକ ବର୍ଷ ବିତାଇଛି। ମୁଁ ଏହି ସେଣ୍ଟ୍ରାଲ ହଲ୍‌ରେ ହିଁ ରାଷ୍ଟ୍ରପତି ପଦର ଶପଥ ନେଇଥିଲି। ଆପଣ ସମସ୍ତଙ୍କୁ ଜଣେ ସାଂସଦ ହିସାବରେ ସମ୍ମାନ ରହିଛି। ରାଷ୍ଟ୍ରପତି ହିସାବରେ ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞ ରହିବି। ଏଥିସହ ସମସ୍ତ ସାଂସଦଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଆପଣଙ୍କ ସହଯୋଗରେ ସଠିକ୍ ଢଙ୍ଗରେ କାମ ହୋଇ ପାରିଛି। ସମସ୍ତ ପୂର୍ବତନ ରାଷ୍ଟ୍ରପତି ମୋ ପାଇଁ ପ୍ରେରଣା ବୋଲି ରାମନାଥ କୋବିନ୍ଦ କହିଛନ୍ତି।

wp:html /wp:html

ରାଷ୍ଟ୍ରପତି କହିଛନ୍ତି, ସାଂସଦ ଏବଂ ରାଷ୍ଟ୍ରପତି ଗୋଟିଏ ବିକାଶ ଯାତ୍ରାର ସହଯାତ୍ରୀ। ଆମର ସମ୍ବିଧାନ ଆମ ଭାରତୀୟଙ୍କ ଦ୍ଵାରା ଅଙ୍ଗୀକୃତ, ଅଧିକୃତ ରହିଛି। ରାଷ୍ଟ୍ରପତି ସଂସଦୀୟ ପରିବାରର ଏକ ଅଭିନ୍ନ ଅଙ୍ଗ। ଆମେ ସମସ୍ତ ସଂସଦ ରୂପି ପରିବାରର ଜଣେ ଜଣେ ସଦସ୍ୟ। ଏଥିରେ ମତଭେଦ ମଧ୍ୟ ରହିଥାଏ। ପାର୍ଟିକୁ ଦଳଗତ ରାଜନୀତିରୁ ଉର୍ଦ୍ଧ୍ଵରେ ଉଠି ଦେଶହିତ ପାଇଁ ଚିନ୍ତା କରିବା ଉଚିତ୍। ବିରୋଧ ପାଇଁ ସମସ୍ତ ରାସ୍ତା ଅଛି, ମାତ୍ର ଗାନ୍ଧୀବାଦୀ ଢଙ୍ଗରେ ରହିଲେ ଭଲ ହେବ।

ଏହି ସମୟରେ ରାଷ୍ଟ୍ରପତି ସରକାରଙ୍କ କାମର ମଧ୍ୟ ପ୍ରଶଂସା କରିଛନ୍ତି। ମୋ କାର୍ଯ୍ୟକାଳରେ ଦୁଇଟି ଆୟୋଜନ ଗୁରୁତ୍ଵପୂର୍ଣ୍ଣ ରହିଛି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପରେ ଆୟୋଜିତ ସ୍ଵଚ୍ଛତା କାର୍ଯ୍ୟକ୍ରମ ଗାନ୍ଧୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ। ଦେଶ ସ୍ଵାଧୀନତାର ଅମୃତ ମହୋତ୍ସବ ମଧ୍ୟ ବହୁତ ଭଲ କାର୍ଯ୍ୟକ୍ରମ। ଦୁଇ କାର୍ଯ୍ୟକ୍ରମର ଅଂଶ ବିଶେଷ ହୋଇଥିବାରୁ ନିଜକୁ ଗୌରବାନ୍ଵିତ ମନେ କରୁଛି। କୋଭିଡ୍ ମହାମାରୀ ଆମକୁ ଅନେକ ଶିକ୍ଷା ଦେଇଛି ବୋଲି କୋବିନ୍ଦ  ବିଦାୟକାଳୀନ ସମ୍ବର୍ଦ୍ଧନାରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.