ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ପାଇକ ବିଦ୍ରୋହ ସ୍ମୃତି ସ୍ତମ୍ଭର ଶିଳାନ୍ୟାସ କାର୍ଯ୍ୟକ୍ରମ

Published By : Prameya-News7 Bureau | December 08, 2019 IST

ଭୁବନେଶ୍ବର ୦୮।୧୨: ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଗତକାଲି ସଂଧ୍ୟାରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଆଜି ରାଷ୍ଟ୍ରପତି ପ୍ରଥମେ ଖୋର୍ଦ୍ଧା ଯାଇ ବରୁଣେଇ ପାଦଦେଶରେ ପ୍ରତିଷ୍ଠା ହେବାକୁ ଥିବା ପାଇକ ବିଦ୍ରୋହର ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିପାଇଁ କୋବିନ୍ଦ ସକାଳ ସାଢ଼େ ୯ଟାରେ ଯାତ୍ରା ଆରମ୍ଭ କରିବେ । ସାଢ଼େ ୧୦ରେ ବରୁଣେଇରେ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଖୋର୍ଦ୍ଧା କାର୍ଯ୍ୟକ୍ରମ ପରେ ଭୁବନେଶ୍ବର ଫେରି ଉତ୍କଳ ବିଶ୍ବବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ମାଇଲ୍ ଖୁଣ୍ଟ ଉତ୍କଳ ବିଶ୍ବ ବିଦ୍ୟାଳୟ ୭୫ବର୍ଷରେ ପଦାର୍ପଣ କରିଛି । ସଂଧ୍ୟା ୫ଟାରେ ରାଷ୍ଟ୍ରପତି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ରାଜଧାନୀ ଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.