ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ

Published By : Prameya-News7 Bureau | February 10, 2023 IST

ଭୁବନେଶ୍ୱର ୧୦।୦୨ : ଓଡିଶାରେ ରାଷ୍ଟ୍ରପତି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ  ଏବଂ ଭୁବନେଶ୍ୱର  ମେୟର ।  

ଖବର ଅନୁଯାୟୀ, ପ୍ରଥମେ ୧୨ଟା ୫ରେ ଉତ୍କଳ ମଣ୍ଡପରେ ପହଞ୍ଚିବେ । ୧୨ଟା ୨୫ରେ ଜ୍ଞାନପ୍ରଭା ମିଶନ ଫାଉଣ୍ଡେସଚ୍ ଡେ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିନ ଗୋଟାଏ ୨୫ ମିନିଟରେ ରାଜଭବନରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରେ ମଧ୍ୟାହ୍ନ ଭୋଜନ କରିବା ସହ ଟିକେ ବିଶ୍ରାମ ନେବେ । ଅପରାହ୍ଣ ୩ଟା ୫୦ରେ ରାଜଭବନରୁ ବାହାରି, ୪ଟା ୫ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ପହଞ୍ଚିବେ ରାଷ୍ଟ୍ରପତି । ୪ ଟା ୧୫ରେ ରମାଦେବୀ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସଂଧ୍ୟା ୫ ଟା ୧୫ରେ ରମାଦେବୀ ବିଶ୍ବବିଦ୍ୟାଳୟରୁ ବାହାରି ୫ଟା ୩୦ରେ ରାଜଭବନରେ ପହଞ୍ଚିବେ ।

ସେହିଭଳି ଶନିବାର ସକାଳ ୯ଟା ୧୦ରେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରୁ ସିଧା ଭୁବନେଶ୍ବର ଏୟାରପୋର୍ଟ ଯିବେ । ୯ଟା ୫୦ରେ ଭୁବନେଶ୍ବରୁ କଟକ ଅଭିମୁଖେ ବାହାରିବେ । ଦିନ ୧୦ଟା ୨୦ରେ କଟକରେ ପହଞ୍ଚିବେ । ୧୦ଟା ୪୫ରେ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ପହଞ୍ଚିବେ ରାଷ୍ଟ୍ରପତି । ଦିନ ୧୧ଟାରେ ଦ୍ବିତୀୟ ଇଣ୍ଡିଆନ୍ ରାଇସ୍ କଂଗ୍ରେସର ଉଦଘାଟନ କରିବେ ଦ୍ରୌପଦୀ ମୁର୍ମୁ । ୧୨ଟା ୧୫ରେ କଟକରୁ ଭୁବନେଶ୍ବର ଫେରିବେ । ୧୨ଟା ୫୫ରେ ଭୁବନେଶ୍ବର ବିମାନ ବନ୍ଦରରୁ ପୁଣି ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟି ରଖି ଭୁବନେଶ୍ବରରେ ୪୦ପ୍ଲାଟୁନ ଓ କଟକରେ ୨୦ ପ୍ଲାଟୁନ ଫୋର୍ସ, କଟକରେ ୧୦୦ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ କରାଯାଉଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଦ୍ବିତୀୟ ସମାବର୍ତ୍ତନ ଉତ୍ସବ ପାଇଁ କ୍ୟାମ୍ପସ ଚଳ ଚଞ୍ଚଳ ହୋଇ ଉଠିଥିବାବେଳେ ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.