ସମ୍ବଲପୁର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗସ୍ତ ନେଇ କଡା ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | November 18, 2023 IST

ସମ୍ବଲପୁର ୧୮।୧୧: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨ ଦିନିଆ ସମ୍ବଲପୁର ଗସ୍ତ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଆସନ୍ତା ୨୧ ତାରିଖ ଅପରାହ୍ନରେ ବୁର୍ଲା ଭିସୁଟ୍ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପରେ ସନ୍ଧ୍ୟାରେ ମା’ ସମଲେଶ୍ବରୀ ମନ୍ଦିର ଦର୍ଶନ ପାଇ ପହଞ୍ଚିବେ ।  ୨୨ ତାରିଖ ସକାଳ ୧୦ଟାରେ ଶାସନ ସ୍ଥିତ ପାବନସରୋବର ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମରେ "ନୂତନ ଭାରତ ନୂତନ ଶିକ୍ଷା" କାର୍ଯ୍ୟକ୍ରମରେ ଯୋଗଦେବେ ।

ତେବେ ମହାମହିମ କାର୍ଯ୍ୟକ୍ରମ ଥିବା ୩ଟି ସ୍ଥାନକୁ ଏସପି ମୁକେଶ ଭାମୁ ଓ ଆଇଜି ଦୀପକ କୁମାର ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ନେଇ ଯାଞ୍ଚ କରିଛନ୍ତି । ଏଥିପାଇ ୩୫ ପ୍ଲାଟୁନ୍ ପୋଲିସ ଫୋର୍ସ, ୧୫୦ ଅଫିସର ସହ SPG ସୁରକ୍ଷା ଦ୍ବାୟିତ୍ବରେ ରହିବେ । ମହାମହିମଙ୍କ କାରକେଟଟ୍ କାର୍ଯ୍ୟକ୍ରମକୁ ଗସ୍ତ ସମୟରେ ସେହି ରାସ୍ତା ବନ୍ଦ ରହିବ । ଏହାସହ ଏମସିଏଲ ହ୍ୟାଲିପ୍ୟାଡରେ ଟ୍ରାଏଲ ରନ୍ କରିଛି ଏୟାରଫୋର୍ସର ଏମଆଇ ୧୭ ଏୟାରକ୍ରାଫ୍ଟ ।

You Can Read :

wp:embed {"url":"https://www.prameyanews7.com/collage-students-ragging-case-in-kalahandi-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/collage-students-ragging-case-in-kalahandi-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.