ଚନ୍ଦ୍ରଯାନ-୩କୁ ନେଇ ପ୍ରକାଶ ରାଜଙ୍କ ବଦଳିଲା ଶ୍ୱର, ଏବେ ଲ୍ୟାଣ୍ଡିଂ ପରେ ଦେଲେ ଏପରି ପ୍ରତିକ୍ରିୟା

Published By : Prameya-News7 Bureau | August 23, 2023 IST

ମୁମ୍ବାଇ ୨୩।୮: ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତା ପ୍ରକାଶ ରାଜ ନିକଟରେ ଚନ୍ଦ୍ରଯାନ-୩କୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଯାହାକୁ ନେଇ ସେ ଖୁବ୍ ଟ୍ରୋଲ ହୋଇଥିଲେ। ତାଙ୍କ ବିରୋଧରେ ଚନ୍ଦ୍ରଯାନ-୩ର ପରିହାସ କରୁଥିବାର ଅଭିଯୋଗ ହୋଇଥିଲା। ମାମଲା ପୋଲିସ ପର୍ଯ୍ୟନ୍ତ ପହଞ୍ଚିଥିଲା। ତେବେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡ କରିବା ପରେ ପ୍ରକାଶ ରାଜ ସୋସିଆଲ ମିଡିଆରେ ଏକ ପ୍ରତିକ୍ରିୟା ଦେଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

wp:html /wp:html

ପ୍ରକାଶ ରାଜ ତାଙ୍କ ‘ଏକ୍ସ’ ହ୍ୟାଣ୍ଡଲରେ ‘ଭାରତ ଓ ମାନବତା ଲାଗି ଏହା ଏକ ଗର୍ବର କ୍ଷଣ, ଇସ୍ରୋ, ଚନ୍ଦ୍ରଯାନ-୩, ବିକ୍ରମ ଲ୍ୟାଣ୍ଡର ଓ ସମସ୍ତଙ୍କୁ ଧନ୍ୟବାଦ ଯେଉଁମାନେ ଏହାକୁ ସମ୍ଭବ କରିଛନ୍ତି। ଏହା ଆମକୁ ଆମ ୟୁନିଭର୍ସର ମିଷ୍ଟ୍ରି ଏକ୍ସପ୍ଲୋର କରିବାରେ ଗାଇଡ କରୁ’ ବୋଲି ସେ ଉଲ୍ଲେଖ କରିଛନ୍ତି। ସେ ଏବେ ତାଙ୍କର ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୨୦ ତାରିଖ ଦିନ ଏକ କାର୍ଟୁନ ପୋଷ୍ଟ କରିଥିଲେ। ଯାହାକୁ ନେଇ ସେ ଖୁବ୍ ଟ୍ରୋଲ  ହୋଇଥିଲେ।

wp:html /wp:html

ସେ ପୋଷ୍ଟରେ ଏକ୍ସ କରି ଉଲ୍ଲେଖ କରିଥିଲେ ଯେ ଯେଉଁମାନେ ନେଗେଟିଭ ସେମାନଙ୍କୁ ସେପରି କିଛି ଦେଖାଯାଇଥାଏ, କେରଳର ଚା ବାଲାକୁ ଯୋଡି ଆର୍ମଷ୍ଟ୍ରଙ୍ଗଙ୍କ ସମୟର ଜୋକ୍ କରୁଥିଲି ବୋଲି ସେ ଉଲ୍ଲେଖ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୩ ଅଗଷ୍ଟ ସନ୍ଧ୍ୟା ପାଖାପାଖି ୬ଟା ୪ ମିନିଟ୍‌ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା। ଏହା ପରେ ସାରା ଦେଶରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ବଲିଉଡ କଳାକାରମାନେ ଏହି ଐତିହାସିକ କ୍ଷଣ ନିମନ୍ତେ ସୋସିଆଲ ମିଡିଆ ଦ୍ୱାରା ଏହି ସଫଳତା  ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ଇତିହାସ ରଚିଲା ଭାରତ, ନାସା ଠାରୁ ସେଲିବ୍ରିଟି ସବୁଠୁ ଛୁଟୁଛି ଶୁଭେଚ୍ଛାର ସୁଅ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.