ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର, ସାମିଲ ହେଲେ ଓଡିଆ ନେତା

Published By : Prameya-News7 Bureau | November 15, 2023 IST

ଉମରକୋଟ ୧୫।୧୧: ପଡ଼ୋଶୀ ରାଜ୍ୟ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ତେବେ ଏହି ସମୟରେ ନବରଙ୍ଗପୁରର ନେତା ଛତିଶଗଡ ଯାଇ ଓଡିଆରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଆଉ ଛତିଶଗଡ ନେତା ମଧ୍ୟ ଓଡିଶା ସୀମାନ୍ତ ଅଞ୍ଚଳରେ ଓଡିଆରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ପଡୋଶୀ ଛତିଶଗଡ଼ ରାଜ୍ୟରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ସୀମାନ୍ତ ଗାଁ ଗୁଡିକରେ ଛତିଶଗଡ ନିର୍ବାଚନ ପ୍ରଚାରର ପ୍ରଭାବ ଦେଖିବାକୁ ମିଳିଛି ।

{"id":869989,"sizeSlug":"full","linkDestination":"none"}

ଚନ୍ଦାହାଣ୍ଡି ବ୍ଲକର ଫଟକି, କୋଇଲିମୁଣ୍ଡା, ଅନକାବେଡ଼ା, ବେହେରା ମମୁଣ୍ଡା, ଘମ୍ଭାରୀଗୁଡ଼ା, ମାଲଗାଁ ଆଦି ଗାଁଗୁଡିକ ଛତିଶଗଡ ସୀମାକୁ ଲାଗିରହିଛି । ଏହାଛଡା ଛତିଶଗଡର ବିଭିନ୍ନ ସୀମାନ୍ତ ଗାଁରେ ଅନେକ ଓଡିଆ ରହୁଛନ୍ତି । ତେଣୁ ଛତିଶଗଡର ନେତାମାନେ ସୀମାନ୍ତ ଗାଁର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଓଡିଆ ନେତାଙ୍କ ସାହାରା ନେଇଛନ୍ତି । ତେବେ ଛତିଶଗଡର ବିନ୍ଦ୍ରାନୟାଗଡ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଗୋବର୍ଦ୍ଧନ ମାଝିଙ୍କ ପାଇଁ ସୀମାନ୍ତ ଅଞ୍ଚଳରେ ପ୍ରଚାର କରୁଛନ୍ତି ପୂର୍ବତନ ନବରଙ୍ଗପୁର ସାଂସଦ ତଥା ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ ଏବଂ ଜିଲ୍ଲା ବିଜେପି ନେତା ଗୋବିନ୍ଦ ଜୈନ ଏବଂ ଚନ୍ଦାହାଣ୍ଡି ବ୍ଲକ୍‌ର ଅନେକ ବିଜେପି ନେତା । ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ମଧ୍ୟ ସୀମାନ୍ତରେ ଅଞ୍ଚଳରେ ଆସି ବିଜେପି ପ୍ରାର୍ଥି ପାଇଁ ପ୍ରଚାର କରିଛନ୍ତି ।

{"id":869990,"sizeSlug":"full","linkDestination":"none"}

ଅନ୍ୟପଟେ ଶାସକ କଂଗ୍ରେସ ଦଳର ପ୍ରଚାର ବି କିଛି କମ୍ ନୁହେଁ ।  ଛତିଶଗଡର ବିନ୍ଦ୍ରାନୟାଗଡ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଜନକ ଧୃଙ୍କ ପାଇଁ ସୀମାନ୍ତ ଅଞ୍ଚଳରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ଟାଣୁଆ ନେତା କ୍ଷେମରାଜ ବାଘ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଏବଂ ଜିଲ୍ଲା ଏନେକ କଂଗ୍ରେସ ନେତା ସୀମାନ୍ତକୁ ଲାଗିଥିବା ଛତିଶଗଡ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇ ଓଡିଆରେ ପ୍ରଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ସୀମାନ୍ତ ଅଞ୍ଚଳରେ ଆସି କଂଗ୍ରେସ ପ୍ରାର୍ଥିଙ୍କ ପାଇଁ ପ୍ରଚାର କରିଛନ୍ତି । ସୀମାନ୍ତରେ ଛତିଶଗଡର ନେତାଙ୍କୁ ସାଥ୍ ଦେଉଛନ୍ତି ଓଡିଆ ନେତା । ଛତିଶଗଡ ନେତା ଓଡିଆଙ୍କ ମନ ଜିତିବା ପାଇଁ ଓଡିଆରେ ଭାଷଣ ଦେଉଥିବା ଦେଖିବାକୁ ମିଳିଛି । 

You Can Read :

wp:embed {"url":"https://www.prameyanews7.com/high-court-order-to-repair-jagmohan-and-natmandap-from-tomorrow/","type":"wp-embed","providerNameSlug":"prameya-news-7"}
https://www.prameyanews7.com/high-court-order-to-repair-jagmohan-and-natmandap-from-tomorrow/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.