ଯେଉଁଠି ଥିଲା ବେଆଇନ ମଦରସା ସେଠି ନିର୍ମାଣ ହେବ ଥାନା, ମୁଖ୍ୟମନ୍ତ୍ରୀ ଧାମୀଙ୍କ ଘୋଷଣା

Published By : Prameya-News7 Bureau | February 12, 2024 IST

ନୂଆଦିଲ୍ଲୀ: ହଲଦ୍ୱାନୀ ହିଂସାର କାରଣ ଥିବା ବେଆଇନ ମହରସା ସ୍ଥାନରେ ଏବେ ପୋଲିସ ଥାନା ନିର୍ମାଣ କରାଯିବ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସୋମବାର ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଧାମୀ ଏହା ମଧ୍ୟ କହିଛନ୍ତି ଯେ ଦେବଭୂମିର ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରୁଥିବା ଲୋକଙ୍କୁ ଛଡ଼ାଯିବ ନାହିଁ । ହଲଦ୍ୱାନୀରେ ବେଆଇନ ମଦରସା ଏବଂ କଥିତ ମସଜିଦ ଭଙ୍ଗା ଯିବାକୁ ନେଇ ହୋଇଥିବା ହିଂସାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା  ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

wp:html /wp:html

ପୁଷ୍କର ସିଂ ଧାମୀ ସୋମବାର ଏକ ଭିଡିଓ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, 'ବନଭୂଲପୁରା, ହଲଦ୍ୱାନୀରେ ଯେଉଁ ସ୍ଥାନରେ ବେଆଇନ ଅଧିଗ୍ରହଣକୁ ହଟାଯାଇଛି ଏବେ ସେଠାରେ ପୋଲିସ ଥାନା ତିଆରି କରାଯିବ । ଉପଦ୍ରବୀ ଏବଂ ଦଙ୍ଗାକାରୀଙ୍କ ପାଇଁ ଆମ ସରକାରଙ୍କ ସ୍ପଷ୍ଟ ସନ୍ଦେଶ ଯେ ଦେବଭୂମିରେ ଶାନ୍ତି ଭଙ୍ଗ କରୁଥିବା କୌଣସି ବ୍ୟକ୍ତି ଛଡ଼ାଯିବ ନାହିଁ । ଏପରି ଦଙ୍ଗାକାରୀଙ୍କ ପାଇଁ ଉତ୍ତରାଖଣ୍ଡରେ କୌଣସି ସ୍ଥାନ ନାହିଁ' ।

Also Read: ହଲଦ୍ୱାନୀ ହିଂସାର ମାଷ୍ଟର ମାଇଣ୍ଡ ଗିରଫ, ଦିଲ୍ଲୀରେ ଲୁଚିଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.