ବନ୍ଧୁକ ପାଉନି ପୋଲିସ : ପ୍ରେମିକାଙ୍କ ସହ ଖେଳୁ ଖେଳୁ ଫୁଟିଥିଲା ପ୍ରେମିକଙ୍କ ବନ୍ଧୁକ
11/02/2020 at 2:52 PM

ଭୁବନେଶ୍ବର ୧୧।୨: ଭୁବନେଶ୍ବରରେ ଛାତ୍ରୀଙ୍କୁ ଗୁଳିମାଡ ଘଟଣାରେ ବ୍ୟବହୃତ ବନ୍ଧୁକ ଖୋଜି ପାଉନି କମିଶନରେଟ୍ ପୋଲିସ । ଘଟଣା ଘଟିବା ପରେ ଛାତ୍ରୀଙ୍କ ପ୍ରେମିକ ଆଶିଷ ନାୟକ ତାର ସହଯୋଗୀ ରାକେଶକୁ ବନ୍ଧୁକଟି ଦେଇଥିଲେ ।

ତେବେ ପୋଲିସ ରାକେଶକୁ ଧରିବା ପରେ ବନ୍ଧୁକଟିକୁ ସେ ନନ୍ଦନକାନନ ରାସ୍ତାର ରଘୁନାଥପୁର ବ୍ରିଜ୍ ତଳେ ଫିଙ୍ଗିଦେଇଥିବା ପୋଲିସ ନିକଟରେ ପ୍ରକାଶ କରିଥଲା । ପୋଲିସ ରାକେଶକୁ ନେଇ ବ୍ରିଜ୍ ତଳେ ଖୋଜାଖୋଜି କରିଥିଲେ ମଧ୍ୟ ପିସ୍ତଲର ଟେର ପାଇନଥିଲା । ଅନ୍ୟପଟେ ଇନଫୋସିଟି ଥାନା ପୋଲିସ ଛାତ୍ରୀଙ୍କ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୋମବାର ଦିନ ଦ୍ବିପ୍ରହରେ ଇନଫୋସିଟି ଥାନା ଅଂଚଳରେ ଜଣେ ଯୁବତୀଙ୍କୁ ଅତିପାଖରୁ ଗୁଳିମାଡ ହୋଇଥିଲା । ଛାତ୍ରୀଙ୍କ ଜଙ୍ଘରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଛାତ୍ରୀଜଣଙ୍କ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ୁଥିଲେ । କ୍ଲାସ୍ ସାରି ନିଜ ପ୍ରେମିକଙ୍କ ସହ ଘରକୁ ଫେରୁଥିବାବେଳେ ଏଭଳି ଘଟଣା ଘଟିଥିଲା ।