ଜୀବନ ହାରିଲେ ପୋଲିସ କର୍ମଚାରୀ, ବେକରେ ଦଉଡି ଲଗାଇ ଝୁଲିପଡିଲେ

Published By : Prameya-News7 Bureau | October 28, 2022 IST

ଭୁବନେଶ୍ୱର ୨୮/୧୦: ରାଜଧାନୀରେ ପୁଣି ଆଉ ଏକ ଆତ୍ମହତ୍ୟା । ଜୀବନ ହାରିଲେ ଜଣେ ସରକାରୀ କର୍ମଚାରୀ । ଘର ଭିତରୁ ସରକାରୀ କର୍ଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି କୃଷ୍ଣଚନ୍ଦ୍ର ଶତପଥୀ ।

ନୟାପଲ୍ଲୀ ଥାନା ଅନ୍ତର୍ଗତ ରେଣ୍ଟାଲ କଲୋନୀରେ ରହୁଥିଲେ କୃଷ୍ଣଚନ୍ଦ୍ର । ତେବେ ନିଜ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କୃଷ୍ଣଚନ୍ଦ୍ର ପୋଲିସ ବିଭାଗ SSBର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ । ହେଲେ ଆତ୍ମହତ୍ୟାର କାରଣ କଣ ତାହା ଅସ୍ପଷ୍ଟ ରହିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.