ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା, ପଶ୍ଚିମ ଦ୍ୱାର ଦେଇ ପ୍ରବେଶ ବେଳେ କାବୁ କଲା ପୋଲିସ

Published By : Prameya-News7 Bureau | August 05, 2025 IST

ପୁରୀ ୦୫।୦୮ : ଶ୍ରୀମନ୍ଦିରରେ ପୁଣି ହିଡେନ୍‌ କ୍ୟାମେରା । ପଶ୍ଚିମଦ୍ୱାରା ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ବେଳେ କ୍ୟାମେରା ସହ ଜଣେ ଯୁବକଙ୍କୁ ଧରିଲା ପୋଲିସ । କ୍ୟାମେରା ଜବତ ସହ ଉକ୍ତ ଯୁବକଙ୍କୁ ସିଂହଦ୍ୱାରା ଥାନାରେ ଅଟକ ରଖିଛି ପୋଲିସ । 

ଖବର ଅନୁଯାୟୀ, ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚିନ୍ତା । ଗତ କିଛି ଦିନ ହେଲା ଶ୍ରୀମନ୍ଦିରରୁ ତିନୋଟି ହିଡେନ୍‌ କ୍ୟାମେରା ଜବତ ହୋଇଛି । କିଛି ଦିନ ତଳେ ଜଣେ ଯୁବକ ଶ୍ରୀମନ୍ଦିର ମଧ୍ୟରେ ଚଷମାରେ ହିଡେନ୍‌ କ୍ୟାମେରା ଫିଟ୍‌ କରି ବୁଲୁଥିଲେ । ଯାହାକୁ ସନ୍ଦେହ ହେବା ପରେ ପୋଲିସ ଗିରଫ କରିବା ସହ ତାଙ୍କ ନାଁର ମାମଲା ରୁଜୁ କରିଥିଲା । ତେବେ ଗୋଟିଏ ଘଟଣାକୁ କିଛି ଦିନ ବିତିଛି କି ନାହିଁ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଗୁଜୁରାଟ ସୁରତର ଜଣେ ଯୁବକ ଶ୍ରୀମନ୍ଦିର ମଧ୍ୟରେ ଚଷମାରେ ହିଡେନ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ । ମୁକ୍ତି  ମଣ୍ଡପ ନିକଟରେ ବୁଲୁଥିବା ବେଳେ ଧରିଥିଲେ ଜେଟିପି । ତାଙ୍କୁ ମଧ୍ୟ ସିଂହଦ୍ୱାର ଥାନାରେ ଅଟକ ରଖିଛି ପୋଲିସ । ଦୁଇଟି ଘଟଣାରେ ଆଖି ସାମ୍ନାରେ ଥିବା ବେଳେ ଆଉ ଏକ ଖବର ପୋଲିସ ପ୍ରଶାସନ ନିକଟକୁ ଆସିଛି । ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାରା ଦେଇ ଜଣେ ଯୁବକ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିଲେ । ତାଙ୍କ ସହିତ ମଧ୍ୟ ଏକ ହିଡେନ୍‌ କ୍ୟାମେରା ମଧ୍ୟ ରହିଥିଲା । ଯାହା ସଂପର୍କରେ ଖବର ପାଇ ତୁରନ୍ତ ଆକ୍ସନକୁ ଆସିଥିଲା ପୋଲିସ। ଉକ୍ତ ଯୁବକଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ଏହାସହ ହିଡେନ୍‌ କ୍ୟାମେର୍‌କୁ ମଧ୍ୟ ଜବତ କରିଛି ସିଂହଦ୍ୱାର ପୋଲିସ । ଅଟକ ଯୁବକଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଛି । ତାଙ୍କ ନାମ ବିପୁଲ ପାଲ୍‌ ବୋଲି ସୂଚନା ମିଳିଛି । 

ସେପଟେ ବାରମ୍ବାର ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ଯିବା ନେଇ ଚିନ୍ତାରେ ସେବାୟତ ଓ ଭକ୍ତ। ଶ୍ରୀମନ୍ଦିର ବାହାରେ ଓ ଭିତରେ କଡ଼ା ସୁରକ୍ଷା ସତ୍ତ୍ୱେ ଏହି ବ୍ୟକ୍ତି ମାନେ ଶ୍ରୀମନ୍ଦିର ଭିତରକୁ କିଭଳି ହିଡେନ୍ କ୍ୟାମେରା ନେବାକୁ ସାହାସ କରୁଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ସେବାୟତ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.