ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ : ୮ ଗିରଫ, ୪ ମହିଳା ଉଦ୍ଧାର

Published By : Prameya-News7 Bureau | December 09, 2019 IST

ଓ୍ବରଙ୍ଗାବାଦ ୯।୧୨: ମହାରାଷ୍ଟ୍ର ଓ୍ବରଙ୍ଗାବାଦରେ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି । ଓ୍ବରଙ୍ଗାବାଦ ପୋଲିସ ଏବଂ କ୍ରାଇମ୍‌ବ୍ରାଞ୍ଚ ଟିମ୍ ମିଳିତ ଭାବେ ଚଢାଉ କରି ଦୁଇଟି ସ୍ଥାନରେ ଚାଲିଥିଲା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଛି । ଚଢାଉ ବେଳେ ୮ଜଣଙ୍କୁ ପୋଲିସ ଗିରଫ କରିବା ସହ ସେଠାରୁ ୪ ଜଣ ମହିଳାଙ୍କୁ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ, ଓ୍ବରଙ୍ଗାବାଦ ବିଡ୍ ବାଇପାସ୍ ରୋଡ୍ ରାଜେଶନଗରରେ ବହୁ ଦିନ ଧରି ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସ ଖବର ପାଇଥିଲା । ଓ୍ବରଙ୍ଗାବାଦ ପୋଲିସ ଏବଂ କ୍ରାଇମ୍‌ବ୍ରାଞ୍ଚ ଟିମ୍ ମିଳିତ ଭାବେ ସେଠାରେ ଚଢାଉ କରିଥିଲେ । ଜଣେ ପୋଲିସ କର୍ମଚାରୀଙ୍କୁ ଗ୍ରାହକ ବେଶରେ ରାକେଟ୍ ଚାଲିଥିବା ସ୍ଥାନକୁ ପଠାଯାଇଥିଲା ।

ପରେ ସେଠାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଓ ପୋଲିସ ମିଳିତ ଭାବେ ଚଢାଉ କରିଥିଲା । ଚଢାଉ ବେଳେ ସେଠାରେ ଉପସ୍ଥିତ ଥିବା ୮ଜଣଙ୍କୁ ପୋଲିସ ଗିରଫ କରିବା ସହ ୪ଜଣ ମହିଳାଙ୍କୁ ସେଠାରୁ ଉଦ୍ଧାର କରିଥିଲା । ସେକ୍ସ ରାକେଟ୍ ଚଳାଉଥିବା ମହିଳା ଜଣଙ୍କ ଜଣେ ଏଜେଣ୍ଟ ଏବଂ ଅନ୍ୟମାନଙ୍କ ସହ ସେଠାରେ ଉପସ୍ଥିତ ଥିଲେ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୪ ଜଣ ଗ୍ରାହକ ଥିବା ଜଣାପଡିଛି । ଚଢାଉ ବେଳେ ଘଟଣାସ୍ଥଳରୁ ୪୮୦ ବୋତଲ ମଦ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଜବତ କରିଛି ।

ଅନ୍ୟପଟେ ଯଶବନ୍ତପୁରରେ ମଧ୍ୟ ଚଢାଉ କରି ସେଠାରେ ଚାଲିଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଛି ପୋଲିସ । ସେଠାରେ ମହିଳାଙ୍କୁ ଜୋରଜବରଦସ୍ତି ସେକ୍ସ ରାକେଟ୍‌ରେ ନିୟୋଜିତ କରାଯାଉଥିଲା । ସେଠାରୁ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଗିରଫ କରାଯାଇଥିବା ବେଳେ ମହିଳାଙ୍କୁ ସେଠାରୁ ଉଦ୍ଧାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.