ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଲାହୋର ବାସଭବନରେ ପହଞ୍ଚିଲା ପୋଲିସ୍, ଗିରଫ ହୋଇପାରନ୍ତି ଇମରାନ ଖାନ୍
17/02/2023 at 8:29 AM

ନୂଆଦିଲ୍ଲୀ, ୧୭/୦୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ଅଡ଼ୁଆରେ। ଲାହୋର ପୋଲିସ୍ ଇମରାନଙ୍କ ବାସଭବନରେ ପହଞ୍ଚିଛି। କୁହାଯାଉଛି ଲାହୋର ପୋଲିସ୍ ଇମ୍ରାନ୍ଙ୍କୁ ଗିରଫ କରିପାରେ। ଇମ୍ରାନଙ୍କ ସମର୍ଥକ ତାଙ୍କ ଘରକୁ ଘେରି ରହିଛନ୍ତି। ଏହା ପୂର୍ବରୁ କୋର୍ଟ ନିର୍ବାଚନ ଆୟୋଗଙ୍କ ଅଫିସ୍ ସାମ୍ନାରେ ହୋଇଥିବା ବିରୋଧ ପ୍ରଦର୍ଶନ ମାମଲାରେ ବୁଧବାର ତାଙ୍କର ଅନ୍ତରୀଣ ଜାମିନ୍ ଯାଚିକାକୁ ଖାରଜ କରିଥିଲେ। ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ ଆନ୍ଦୋଳନ ସହ ସମ୍ବନ୍ଧୀୟ ମାମଲାର ଶୁଣାଣିରେ ସହଯୋଗ କରୁନଥିବାରୁ ଇମ୍ରାନ ଖାନ୍ଙ୍କ ଯାଚିକାକୁ ଖାରଜ କରିଥିଲେ।
ବିଚାରପତି ରାଜା ଜବାଦ ଅବ୍ବାସଙ୍କ ସହ ସମ୍ବନ୍ଧୀୟ ମାମଲାରେ ଶୁଣାଣି କରି କହିଥିଲେ ଯେ ମେଡିକାଲ ଆଧାରକୁ ନେଇ ଇମ୍ରାନ୍ଙ୍କୁ ଅଦାଲତରେ ଉପସ୍ଥିତ ହେବା ପାଇଁ ଯଥେଷ୍ଟ ସମୟ ଦିଆଯାଇଥିଲା। କିନ୍ତୁ ସେ ଉପସ୍ଥିତ ହୋଇନଥିଲେ। ଅବଶ୍ୟ, ଇମ୍ରାନ୍ ଖାନ୍ଙ୍କ ଓକିଲ ବାବର ଆୟାନ କହିଥିଲେ ଇମରା ଖାନ ଗତବର୍ଷ ତାଙ୍କ ଉପରେ ହୋଇଥିବା ଆକ୍ରମଣର ଧକ୍କାରୁ ବାହାରି ପାରିନାହାଁନ୍ତି ତେଣୁ ତାଙ୍କୁ କୋର୍ଟରେ ଉପସ୍ଥିତ ହେବାକୁ ଶେଷ ସୁଯୋଗ ଦିଆଯାଉ। ଯାହାପରେ ଅଦାଲତ ଟିପ୍ପଣୀ କରିଥିଲେ ଯେ ଅଦାଲତ ଜଣେ ସାଧାରଣ ବ୍ୟକ୍ତିଙ୍କୁ ଏଭଳି ଆଶ୍ବସ୍ତି ଦେଇପାରିବନାହିଁ।
ଗତ ଶୁଣାଣିରେ ଅଦାଲତ ଇମ୍ରାନ୍ ଖାନ୍ଙ୍କ ତରଫରୁ ଭର୍ଚୁଆଲ ଶୁଣାଣିର ଅନୁରୋଧକୁ ଖାରଜ୍ କରିଥିଲେ। କୋର୍ଟ ଇମ୍ରାନ୍ ଖାନ୍ଙ୍କୁ ୧୫ ଫେବୃଆରୀରେ ବ୍ୟକ୍ତିଗତ ଭାବରେ ହାଜର ହେବାକୁ କହିଥିଲେ। ଅବଶ୍ୟ ଇମ୍ରାନ ଖାନ୍ ଉପସ୍ଥିତ ହୋଇନଥିଲେ।
ଗତ ବର୍ଷ ଅବୈଧ ଅନୁଦାନ ମାମଲାରେ ନିର୍ବାଚନ ଆୟୋଗ ଇମ୍ରାନ୍ ଖାନ୍ଙ୍କୁ ଆୟୋଗ ଘୋଷିତ କରିଥିଲେ। ଏହା ପରେ ତେହରିକ୍-ଏ-ଇନ୍ସାଫର କାର୍ଯ୍ୟକର୍ତ୍ତା ସମଗ୍ର ଦେଶରେ ନିର୍ବାଚନ ଆୟୋଗଙ୍କ ଅଫିସ୍ ବାହାରେ ବିରୋଧ ପ୍ରଦର୍ଶନ କରିଥିଲା। ଏହି ମାମଲାରେ ଗତ ବଷଁ ଅକ୍ଟୋବରରେ ପୋଲିସ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ମାମଲା ରୁଜୁ କରି ଯାଞ୍ଚ କରିଥିଲା। ଏହି ମାମଲାରେ ଇମରାନ ଖାନଙ୍କୁ ଅନ୍ତରୀଣ ଜାମିନ୍ ମିଳିଥିଲା।