ଯୋଗାଣ ମନ୍ତ୍ରୀଙ୍କୁ ଠକେଇ ମାମଲା : ଅଭିଯୁକ୍ତ ନିରଞ୍ଜନ ଶତପଥୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

Published By : Prameya-News7 Bureau | July 29, 2025 IST

ଢେଙ୍କାନାଳ ୨୯।୭: ଠକେଇ ତ ଠକେଇ, ପୁଣି ମନ୍ତ୍ରୀଙ୍କୁ ଠକେଇ । ସବୁବେଳେ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଖୋଦ ଠକେଇର ଶିକାର । ଜାଗା ଦେବାକୁ କହି ଦଲାଲ ତାଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଠକେଇ କରିଥିବା ଖୋଦ ମନ୍ତ୍ରୀ ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତ ସଦର ଥାନା ଅନ୍ତର୍ଗତ ବଣସିଂହ ଗ୍ରାମର ନିରଞ୍ଜନ ଶତପଥୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ କେଉଁ ଜାଗା, କେତେ ଜାଗା ଆଉ କେତେ ଟଙ୍କାର ଡିଲ୍ ହୋଇଥିଲା ବୋଲି ମନ୍ତ୍ରୀ ୨୫ ଲକ୍ଷ ଠକେଇ ଟଙ୍କାର ହେଲେ ସେ ସମ୍ପର୍କରେ ପୋଲିସ କିଛି କହିନାହିଁ । କେବଳ ଜାଗା ବାବଦକୁ ୨୫ ଲକ୍ଷ ଟଙ୍କା ଅଗ୍ରୀମ ନେଇ ଜାଗା ଦେଇନଥିଲେ । ଆଉ ଟଙ୍କା ଫେରସ୍ତ ପାଇଁ ଦୁଇଟି ଚେକ୍ ଦେଇଥିଲେ ମଧ୍ୟ ବାଉନ୍ସ କରିବା ପରେ ଆଉ ଧରାଛୁଆଁ ନଦେବା ଅଭିଯୋଗ ରହିଛି । ଅଭିଯୋଗକୁ ଭିତ୍ତିକରି ଟାଉନ ଥାନାରେ ଏକ ଠକେଇ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରିଛୁ ଓ ଜାଗା ସମ୍ପର୍କରେ ତଦନ୍ତ ଚାଲିଛି ଆମେ ଚାର୍ଜସିଟରେ ଦାଖଲ କରିବୁ ବୋଲି ଢେଙ୍କାନାଳ ଏସପି କହିଛନ୍ତି । 

ସେପଟେ କିନ୍ତୁ ଯୋଗାଣ ମନ୍ତ୍ରୀ କହୁଛନ୍ତି ଅଲଗା କଥା । ଖୋଦ ନିଜେ ଲିଖିତ ଅଭିଯୋଗ କରିଥିବା ବେଳେ ନିଜ ପାଇଁ ଜାଗା ନୁହଁ ଆମେ ମିଶି ଏକ କମ୍ପାନୀ କରିବୁ ବୋଲି ଜାଗା କିଣାବିକା ଚାଲିଥିବା କହିଛନ୍ତି । ଏସବୁ ଭିତରେ ଅଭିଯୁକ୍ତ ନିରଞ୍ଜନ ଶତପଥୀ ଓଗାଳିଥିବା ତଥ୍ୟ ଯେତିକି ଚାଞ୍ଚଲ୍ୟକର ତା'ଠାରୁ ଅଧିକ ଆଶ୍ଚର୍ଯ୍ୟଜନକ । 


You Can Read:

ପର୍ଯ୍ୟଟକଙ୍କ ପାଇଁ ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.