ଦୁଇ ଦିନିଆ ସ୍ବିଡେନ ଗସ୍ତରେ ଯାଇ ଷ୍ଟକହୋମରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
17/04/2018 at 7:54 AM

ଦୁଇ ଦିନିଆ ସ୍ବିଡେନ ଗସ୍ତରେ ଯାଇ ଷ୍ଟକହୋମରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଷ୍ଟକହୋମରେ ଆୟୋଜିତ ପ୍ରଥମ ଭାରତ-ନର୍ଦିକ ଶିଖର ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ଏହି ଶିଖର ବୈଠକରେ ଫିନଲାଣ୍ଡ,ନରୱେ,ଡେନମାର୍କ,ଏବଂ ଆଇସଲାଣ୍ଡର ପ୍ରଧାନମନ୍ତ୍ରୀ ଯୋଗ ଦେବେ। ବୈଠକରେ ଭାରତ ଓ ନର୍ଦିକ ରାଷ୍ଟ୍ରଙ୍କ ମଧ୍ୟରେ କାରବାର ଓ ପୁ଼ଞ୍ଜି ନିବେଶ, ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଅଭିନବୀକରଣ, ଦକ୍ଷତା ବିକାଶ, ଶକ୍ତି ଆଦି ପ୍ରସଙ୍ଗରେ ବୁଝାମଣା ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। ଶିଖର ବୈଠକରେ ଅବସରରେ ମୋଦି ବାକି ନର୍ଦିକ ରାଷ୍ଟ୍ରର ପ୍ରଧାନମନ୍ତୀମାନଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ସ୍ବିଡେନର ବିଭିନ୍ନ କମ୍ପାନୀର ଶୀର୍ଷ ନେତାଙ୍କୁ ସମ୍ବୋଧନ କରିବେ ମୋଦି। ସ୍ବିଡେନସ୍ଥିତ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ମୋଦି ସମ୍ବୋଧନ କରିବେ। ନର୍ଦିକ ରାଷ୍ଟ୍ରକୁ ୩୦ ବର୍ଷ ଭିତରେ ଗସ୍ତ କରିବାରେ ମୋଦି ବନିଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ସ୍ବିଡେନ ଗସ୍ତ ପରେ ବ୍ରିଟେନ ଗସ୍ତରେ ଯିବେ ମୋଦି। ସେଠାରେ ସିଏଚଓଜିଏମ ବୈଠକରେ ଯୋଗଦେବେ ମୋଦି। ଏହି ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ ସହିତ ମୋଦିଙ୍କ ଦ୍ବିପାକ୍ଷିକ ବୈଠକ ଆଲୋଚନା କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ମୋଦି ବର୍ଲିନରେ ଜର୍ମାନ ଚାନସେଲର ଅଞ୍ଜେଲା ମର୍କେଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।