ଅମର ଯବାନ ଜ୍ୟୋତିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | January 26, 2019 IST

ନୂଆଦିଲ୍ଲୀ ୨୬|୧: ଆଜି ସାରା ଦେଶ ପାଳୁଛି ୭୦ତମ ଗଣତନ୍ତ୍ର ଦିବସ । ନୂଆଦିଲ୍ଲୀର ରାଜପଥରେ ଭବ୍ୟ ସମାରୋହ ଆୟୋଜିତ । ଅମର ଯବାନ ଜ୍ୟୋତିରେ ସହିଦଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଦ୍ଭୁତ ସୁରକ୍ଷା ବଳୟରେ ଦିଲ୍ଲୀ ରାଜପଥରେ  ୭୦ତମ ଗଣତନ୍ତ୍ର ଦିବସର ଭବ୍ୟ ପରେଡ୍ ଅନୁଷ୍ଠିତ ହୋଇଛି । ସବୁଠି ଉତ୍ସାହ-ଉଦ୍ଦୀପନା ।

{"id":78169}

ବୀରଦର୍ପରେ ପରାକ୍ରମ ପ୍ରଦର୍ଶନ କରିଛି ଭାରତୀୟ ସେନା । ପରେଡରେ ରହିଛି ଭାରତୀୟ ସେନାର ଆତ୍ମନିର୍ଭରଶୀଳତା, ବିବିଧ ସାଂସ୍କୃତିକ ଓ ସାମାଜିକ ପରମ୍ପରା । ସ୍ବତନ୍ତ୍ର ଅତିଥି ତଥା ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍  ରାମଫୋସା କାର୍ଯ୍ୟକ୍ରମର ମୁଖ୍ୟ ଅତିଭି ଭାବେ ଯୋଗ ଦେଇଥିଲେ । ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ ।  ସମସ୍ତ ଅତିଥିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଗତ କରିଥିଲେ ।  ଏହି ଅବସରରେ ଭାରତୀୟ ଯବାନମାନେ ଦୁଃସାହସିକ କୌଶଳ ପ୍ରଦର୍ଶନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.