ରାସ୍ତାକଡ ପିଲରରେ ପିଟିହେଲା ବାଇକ, ଜଣେ ମୃତ

Published By : Prameya-News7 Bureau | February 18, 2020 IST

କାମାକ୍ଷାନଗର ୧୮।୦୨:  ରାସ୍ତାକଡ ପିଲରରେ ପିଟି ହୋଇ ଯୁବକ ମୃତ୍ୟୁ। ମୃତକ ହେଲେ ପରଜଙ୍ଗ ଥାନା ବାମ୍ ଗାଁର ରମାକାନ୍ତ ମହାନ୍ତ। ଢେଙ୍କନାଳ ଜିଲ୍ଲା କଙ୍କଡାହାଡ ଥାନା ଗୋବରି ଗାଁ ନିକଟରେ ଘଟିଛି ଦୁର୍ଘଟଣା ।

{"id":225766,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୋମବାର ଦିନ କୌଣସି କାମରେ ରମାକାନ୍ତ ଢେଙ୍କନାଳ ଯାଇଥିଲେ । ସେଠାରୁ ନିଜ କାମ ସାରି ଫେରୁଥିବା ସମୟରେ ଗୋବରି ଗାଁ ନିକଟ ବୁଲାଣି ରାସ୍ତା ଅତିକ୍ରମ କରିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ପିଲରେ ଧକ୍କା ହୋଇଥିଲେ । ପିଲରେ ଧକ୍କାରେ ହେବା ଫଳରେ କିଛି ଦୂରକୁ ପଡିଯାଇଥିଲେ । ଘଟଣାସ୍ଥଳରେ ରମାକାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ମଙ୍ଗଳବାର ସକାଳ ସମୟରେ ସ୍ଥାନୀୟ ଲୋକ ମୃତଦେହ ଦେଖି ଥାନା ଓ ପରିବାର ଲୋକଙ୍କୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବେଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.