PhonePe ଆଣିଲା UPI LITE, ବିନା ଇଣ୍ଟରନେଟ୍‌ରେ କରିପାରିବେ ୨୦୦ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ

Published By : Prameya-News7 Bureau | May 03, 2023 IST

ନୂଆଦିଲ୍ଲୀ, ୦୩/୦୫: ଫୋନ୍‌ପେ ଏହାର ନୂଆ ଫିଚର UPI LITE ଆଣିଛି। ଏହି ନୂଆ ଫିଚର ଦ୍ବାରା ଗ୍ରାହକ ୨୦୦ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ ଅତି ସହଜରେ କରିପାରିବେ। ତାହାବି ପୁଣି ବିନା​‌ ଇଣ୍ଟରନେଟ୍‌ରେ। ଏଥିପାଇଁ କୌଣସି ପିନ୍‌ର ଆବଶ୍ୟକତା ପଡ଼ିବ ନାହିଁ। କେବଳ ଗୋଟିଏ କ୍ଲିକ୍‌ରେ ହିଁ ହୋଇପାରିବ ପେମେଣ୍ଟ। ଏହି ଫିଚର ମାଧ୍ୟମରେ ପେମେଣ୍ଟ କରିବା ଦ୍ବାରା ଟଙ୍କା UPI LITEରୁ କଟିଯିବ। ତେଣୁ ରିୟଲ ଟାଇମ୍‌ରେ ବ୍ୟାଙ୍କ ଆକାଉଣ୍ଟ ସହ କୌଣସି ସମ୍ପର୍କ ରହିବ ନାହିଁ। ତେବେ PhonePeର ଏହି ଫିଚର ଦ୍ବାରା ଟ୍ରାଞ୍ଜାକ୍ସନ ଶୀଘ୍ର ଏବଂ ସହଜ ହେବ। ଆଉ ଟ୍ରାଞ୍ଜାକ୍ସନ ଫେଲ୍‌ ହେବାର ଡର ରହିବ ନାହିଁ।

ଏନେଇ ଫୋନ୍‌ପେର କୋ-ଫାଉଣ୍ଡର ଏବଂ ଚିଫ୍ ଟେକ୍ନୋଲୋଜୀ ଅଫିସର ରାହୁଲ ଚାରୀ କହିଛନ୍ତି ଯେ UPI LITE, UPIର ହିଁ ଏକ ଅଂଶ। ଏହାର ଲକ୍ଷ୍ୟ ଅଳ୍ପ ପରିମାଣ ଟଙ୍କା ପଠାଉଥିବା ବା ଦିନରେ ଅନେକ ଥର ପେମେଣ୍ଟ କରୁଥିବା ୟୁଜର୍ସଙ୍କୁ ଏହା ଅଧିକ ସୁହାଇବ। ସେ କହିଛନ୍ତି ବର୍ତ୍ତମାନ କରାଯାଉଥିବା ୟୁପିଆଇ ପେମେଣ୍ଟ ମଧ୍ୟରେ ଅଳ୍ପ ଆକାର ହେଉଥିବା ଟ୍ରାଞ୍ଜାକ୍ସନର ମହତ୍ବପୂର୍ଣ୍ଣ ଭୂମିକା ରହିଛି। ଏମିତିରେ UPI LITE ଏହି ଟ୍ରାଞ୍ଜାକ୍ସନ ଆହୁରି ସହଜ ଏବଂ ଶୀଘ୍ର ହୋଇପାରିବ। ଏହାଦ୍ବାରା ୟୁପିଆଇ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଲୋକଙ୍କୁ ପେମେଣ୍ଟ କରିବା ସମୟରେ ନେଟଓ୍ବର୍କର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ। ଏଭଳି ଭାବରେ ଏହା NCPI ତରଫରୁ ଏକ ବଢ଼ିଆ ଫିଚର ହୋଇପାରେ।

PhonePeରେ ଉପଲବ୍ଧ UPI LITE ଦ୍ବାରା ସବୁ ଅଗ୍ରଣୀ ବ୍ୟାଙ୍କ୍‌ ଆକାଉଣ୍ଟଙ୍କୁ ମଧ୍ୟ ଟଙ୍କା ପଠାଯାଇପାରିବ। UPI LITE ଦ୍ବାରା ମର୍ଚ୍ଚାଣ୍ଟ UPI ପେମେଣ୍ଟ, ୟୁପିଆଇ ଥିବା କ୍ୟୁଆର କୋଡ ମଧ୍ୟ ସ୍କାନ କରାଯାଇପାରିବ। ଏହି ସୁବିଧା ‘ଏକ ଅନ୍‌ ଡିଭାଇସ୍‌ ବାଲାନ୍ସ’ ମାଧ୍ୟମରେ ପରିଚାଳିତ। ଖାସ୍‌ କରି କମ୍‌ ଟଙ୍କାର ନେଣ ଦେଣ ପାଇଁ ଏହା ଉତ୍ତମ।

PhonePeପେ ୟୁଜର୍ସ ବିନା କୌଣସି ଅସୁବିଧାରେ ଏହି ଫିଚର ଆକ୍ଟିଭ କରିପାରିବେ ଏବଂ ବିନା କେଓ୍ବାଇସିରେ ମଧ୍ୟ UPI LITEରେ ନିଜ ଆକାଉଣ୍ଟ କରିପାରିବେ। ୟୁଜର ସର୍ବାଧିକ ୨ହଜାର ଟଙ୍କା ପର୍ଯ୍ୟନ୍ତ ଲୋଡ କରିପାରିବେ କିନ୍ତୁ ଏକାଥରେ ୨୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.