କରୋନା ଭାଇରସର ପ୍ରଭାବ : ଶସ୍ତା ହୋଇପାରେ ପେଟ୍ରୋଲ୍-ଡିଜେଲ୍
17/02/2020 at 2:34 PM

ନୂଆଦିଲ୍ଲୀ ୧୭/୨: ଆନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦାମ୍ ଗତ ସପ୍ତାହରେ ବଢ଼ିଥିଲା,କିନ୍ତୁ ଚୀନରେ କରୋନା ଭାଇରସର ପ୍ରକୋପ କାରଣରୁ ତେଲର ଚାହିଦା କମିଯିବା ଯୋଗୁଁ ମୂଲ୍ୟ ବୃଦ୍ଧିର ସମ୍ଭାବନା ନାହିଁ। ସେପଟେ,ଇଣ୍ଟରନ୍ୟାସନାଲ୍ ଏନର୍ଜି ଏଜେନ୍ସିର ଅନୁମାନ ରହିଛି ଯେ ଏବର୍ଷର ପ୍ରଥମ ୩ମାସ କଞ୍ଚା ତେଲର ବିଶ୍ବବ୍ୟାପି ହ୍ରାସ ଚାହିଦା ଗତ ବର୍ଷ ତୁଳନାରେ ୪.୩୫ ଲକ୍ଷ ଟଙ୍କା କମିପାରେ।

ଚୀନରେ କରୋନା ଭାଇରସର ପ୍ରକୋପ ମହାମାରୀର ରୂପ ନେଇ ସାରିଛି ଏବଂ ଏହା ସଂସ୍ପର୍ଶରେ ଆସିବା ଦ୍ବାରା ୧୬୦୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଛି। ତୈଳ ଉତ୍ପାଦନକାରୀ ଦେଶର ସଙ୍ଗଠନ OPEC ଏବଂ ରୁଷ୍ ଦ୍ବାରା କଞ୍ଚା ତୈଳ ଉତ୍ପାଦନରେ ଅତିରିକ୍ତ ହ୍ରାସ ହେବାର ସଙ୍କେତ ଦିଆଯିବା ଯୋଗୁଁ ଗତ ସପ୍ତାହରେ ମୂଲ୍ୟ ବଢ଼ିଥିଲା।

କରୋନା ଭାଇରସ୍ ଯୋଗୁଁ ଚୀନରେ ପରିବହନ ବ୍ୟବସ୍ଥା ଏବଂ ଉଦ୍ୟୋଗ କାର୍ଯ୍ୟ ପ୍ରଭାବିତ ହୋଇଛି। ଯାହା ଫଳରେ କଞ୍ଚା ତୈଳର ଚାହିଦା ହ୍ରାସ ପାଇଛି।
