ଦେଖନ୍ତୁ ଭିଡିଓ: ବୋବା କହିଲେ ବୋବଉଛି – ପକ୍ଷୀ ପ୍ରେମୀଙ୍କ ପାଳିତ ଗଞ୍ଜା, ମାନୁଛି ମାଲିକ ବୋଲ

Published By : Prameya-News7 Bureau | January 17, 2020 IST

ଭୁବନେଶ୍ୱର ୧୭।୦୧ - ବେ।ବା କହିଲେ ବେ।ବଉଛି । ଆ ମେ। ହାତରେ ବସ୍ କହିଲେ ଖପ୍ କି ଡ଼େଇଁ କି ବସୁଛି । ଏ ହେଉଛି ଗେ।ଟିଏ କୁକୁଡ଼ା ଗଞ୍ଜାର କାହାଣୀ । ଦୁଇ ବର୍ଷର ଗଞ୍ଜା ଆଉ ତାର ହାବଭାବ ଠିକ୍ ମଣିଷଟେ ଭଳି ଲାଗୁଛି । କେବଳ ସିଏ ନୁହେଁ ତା ସହିତ ଅଛନ୍ତି ଆହୁରି କିଛି ବିଶେଷ ତାଲିମ ପାଇଥିବା କିଛି ପକ୍ଷୀ । ଏଭଳି ମଣିଷ ଓ ପକ୍ଷୀ ଭିତରେ ଥିବା କାହାଣୀଟି ସାମ୍ନାକୁ ଆସିଛି ଭୁବନେଶ୍ବର ଜିଜିପି କଲୋନୀରୁ ।

{"id":212495,"sizeSlug":"large"}

ପକ୍ଷୀ ଓ ମଣିଷ ଭିତରେ ପ୍ରେମ ଥିଲା ଓ ରହିଛି । ଆଜି ସେହିଭଳି ଏକ କାହାଣୀ ସାମ୍ନାକୁ ଆସିଛି ଭୁବନେଶ୍ବର ଜିଜିପି କଲେ।ନୀରୁ । କି ଭଳିଆ ସମ୍ପର୍କ । ୫ ବର୍ଷ ହେଲା ଏମିତି ସ୍ନେହ ପ୍ରେମ ୟାଙ୍କ ଭିତରେ ଅଛି । ସତେ ଯେମିତି ବାପା ସହିତ ଛୁଆ ମାନେ ଗେଲ ହେଉଛନ୍ତି ।

wp:core-embed/youtube {"url":" https://www.youtube.com/watch?v=x7BXnVDiRvw","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=x7BXnVDiRvw
/wp:core-embed/youtube

ୟେ ହେଉଛନ୍ତି ପ୍ରଦୀପ ପଲେଇ । ତାଙ୍କ କାନ୍ଧରେ ବସିଛନ୍ତି ରଘୁ, ଚିଙ୍ଗୁଡ଼ି, ରାମୁ, ବଳିଆ. ଶୀଟୁ ଓ ରାନି । ଧଳା ଗଞ୍ଜା ହେଉଛି ଚିଙ୍ଗୁଡ଼ି । ପ୍ରଦୀପ ଏହାକୁ ବେ।ବା କହିଲେ ବେ।ବାଇଥାଏ । ଯେତେଥେର କହିବେ ସେତେଥର ବେ।ବାଏ । ଚାରେ।ଟି ବ୍ରୟଲର ଚିଆଁକୁ କିଣି ଘରକୁ ଆଣିଥିଲେ ।

{"id":212496,"sizeSlug":"large"}

ସେଥିରୁ କେବଳ ବଞ୍ଚିଥିଲା ଚିଙ୍ଗୁଡ଼ି । ଚିଙ୍ଗୁଡ଼ି ଖାଲି ବିଶ୍ବସ୍ତ ନୁହଁ ବେ।ଲକରା ବି । ଏବେ ଦେଖନ୍ତୁ ଲାଲ ଗଞ୍ଜା ରଘୁକୁ । ମା କୁକୁଡ଼ା ପାଖରୁ କାଉ ଝାମ୍ପି ନେଉଥିବା ବେଳେ ଉପରୁ ବଳ ଖଟେଇ ତଳକୁ ଡ଼ିଆଁ ମାରିଥିଲା ଚିଆଁ ରଘୁ । ରାସ୍ତାରୁ ଲହୁଲହୁଣା ଭାବେ ରଘୁକୁ ପାଇଥିଲେ ପ୍ରଦୀପ । ସେହି ଦିନଠୁ ସେ ବି ପ୍ରଦୀପଙ୍କ ଫ୍ୟାମିଲିର ମେମ୍ବର ପାଲଟିସାରିଛି । ଉଠ୍ କହିଲେ ଉଠୁଛି ବସ୍ କହିଲେ ବସୁଛି ରଘୁ । ବିଲେଇ ଓ କୁକୁରଙ୍କ କଥା ଦେଖିଥିଲୁ କିନ୍ତୁ ଚିଙ୍ଗୁଡ଼ି ଓ ରଘୁ ଭଳି କୁକୁଡ଼ାଙ୍କ ବ୍ୟବହାର ମଣିଷଠୁ କିଛି ନୁହେଁ ଭଳି ଜଣାପଡ଼ୁଛି ।

{"id":212497,"sizeSlug":"large"}

​ ୱେଲକମ୍ ମୁଭିରେ ଦେଖିଥିଲେ ଅକ୍ଷୟ କୁମାରଙ୍କ ମୁଂଡ଼ ଉପରେ ବସିଥିଲେ ତିନି ପାରା । କିନ୍ତୁ ଏଠି ପ୍ରଦୀପଙ୍କ ପେ।ଷା ପାରା ମାନେ କେମିତି ତାଙ୍କ ମୁଂଡ଼ ହାତ ରେ ବସିଛନ୍ତି । ଏମାନେ ହେଲେ ରାମୁ, ବଳିଆ, ଶୀଟୁ ଓ ରାନି । ଏମାନଙ୍କୁ ପ୍ରତିଦିନ ସକାଳୁ ଟ୍ରେନିଙ୍ଗ ଦିଅନ୍ତି ପ୍ରଦୀପ । ଭୁବନେଶ୍ବର ବାହରକୁ ଗଲେ ନେଇକି ଯାଆନ୍ତି ସମସ୍ତଙ୍କୁ । ଏମାନେ ବି ଦଂଡ଼େ ନଦେଖିଲେ ପାଗଳ ଏ ପକ୍ଷୀ ମାନେ । ଛେ।ଟ ଛୁଆରୁ ସମସ୍ତଙ୍କୁ ଖୁବ୍ ଯତ୍ନର ସହ ପାଳନ କରିବା ସହ ଧ୍ୟାନ ନିଅନ୍ତି । ପ୍ରଦୀପଙ୍କ ନିଜର  ବ୍ୟବସାୟ ଅଛି । ବ୍ୟବସାୟ ସମ୍ଭାଳିବା ସହିତ ସେ ଏମାନଙ୍କ କଥା ବି ଭଲ ଭାବେ ବୁଝନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.