ଭୁଲ ଚିକିତ୍ସା ପାଇଁ ଚାଲିଗଲା ଗୃହପାଳିତ ଗଧର ଜୀବନ, ପ୍ରାଣୀ ଚିକିତ୍ସାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ମାଲିକ

Published By : Prameya-News7 Bureau | October 19, 2024 IST

ବିନିକା: ଭୁଲ ଚିକିତ୍ସା ପାଇଁ ଚାଲିଗଲା ଗୃହପାଳିତ ଗଧର ଜୀବନ। ପ୍ରାଣୀ ଚିକିତ୍ସାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ମାଲିକ। ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ପ୍ରାଣୀ ଚିକିତ୍ସାଳୟରେ। 

ସୂଚନା ଅନୁଯାୟୀ, ଗଧର ଅବସ୍ଥା ଅସୁସ୍ଥ ଥିବାରୁ ମାଲିକ ଶିବାଜି ପଣ୍ଡା ତାକୁ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲା। ହେଲେ ପ୍ରାଣୀ ଚିକିତ୍ସକଙ୍କ ଅନୁପସ୍ଥିତିରେ ଜଣେ ପିଅନ ଇଞ୍ଜେକସନ ଦେବାପରେ କିଛି ସମୟପରେ ଗଧର ମୃତ୍ୟୁ ହେଇଥିଲା l ଗଧର ମୃତ୍ୟୁ ପରେ ଗଧ ମାଲିକ ଶିବାଜି ପଣ୍ଡା ନ୍ୟାୟ ଦାବିରେ ପ୍ରାଣୀ ଚିକିତ୍ସାଲୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି l 

ଅନ୍ୟପଟେ ପ୍ରାଣୀ ଚିକିତ୍ସକ କହିଛନ୍ତି ବ୍ୟକ୍ତି ଜଣକ ପ୍ରାଣୀ ଚିକିତ୍ସାଳୟକୁ ଗଧକୁ ଆଣିବାବେଳେ ଗଧର ଅବସ୍ଥା ଦୁର୍ବଳ ହେବା ସହ ଗୁରୁତର ରହିଥିଲା l ଚିକିତ୍ସା ପରେ ଗଧର ଅବସ୍ଥା ଗୁରୁତର ଦେଖି କିଛି ଔଷଧ ଦିଆଯାଇଥିଲା କିନ୍ତୁ କିଛି ସମୟ ପରେ ଗଧଟିର ମୃତ୍ୟୁ ହୋଇଯାଇଥିଲା l ଗଧକୁ ଏବେ ପ୍ରାଣୀ ଚିକିତ୍ସାଳୟରେ ରଖାଯାଇଛି ଗଧର ଶବ ବ୍ୟବଚ୍ଛେଦ କରାଯିବା ପରେ କେଉଁ କାରଣରୁ ଗଧର ମୃତ୍ୟୁ ହୋଇଥିବା ଜଣାପଡ଼ିବ । 

ତେବେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିନିକା ପ୍ରାଣୀ ଚିକିତ୍ସାଳୟ ମୁଖ୍ୟ ଫାଟକରେ ତାଲା ପକାଇବେ ବୋଲି କହିଛନ୍ତି ଗଧ ମାଲିକ l ଘଟଣା ସ୍ଥଳରେ ବିନିକା ପୋଲିସ ପହଞ୍ଚି ଘଟଣାକୁ ନେଇ ପଚରା ଉଚରା କରୁଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.