ଚେନ୍ନାଇ: ଦିଲ୍ଲୀ ଏମ୍ସରେ ସାଇବର ଆଟାକ ହେବାର ପାଖାପାଖି ସପ୍ତାହେ ହେଲାଣି। ଏହାର ସମାଧାନ ହୋଇପାରୁନି। ଏବେ ପୁଣି ଏକ ହସ୍ପିଟାଲ୍ରେ ସାଇବର ଆଟାକ ଖବର ସାମ୍ନାକୁ ଆସିଛି। ତାମିଲନାଡୁର ଶ୍ରୀ ସରଣ ମେଡିକାଲ ସେଣ୍ଟର ସାଇବର ଆଟାକ ହୋଇ ୧.୫ ଲକ୍ଷ ଲୋଙ୍କ ବ୍ୟକ୍ତିଗତ ଡାଟା ବିକ୍ରି କରାଯାଇଛି। ବ୍ୟକ୍ତିଗତ ଡାଟା ବିକ୍ରି କରିବା ପାଇଁ ବ୍ୟବହାର ହେଉଥିବା ଏକ ବଡ଼ ସାଇବର ଅପରାଧ ସଂଗଠନ ଓ ଏକ ଟେଲିଗ୍ରାମ ଚ୍ୟାନେଲ୍କୁ ଏହି ତଥ୍ୟ ସବୁ ଯୋଗାଯାଇଛି। ସାଇବର ଆଟାକ ନେଇ ରିସର୍ଚ କରୁଥିବା କ୍ଲାଉସ୍ସେକ୍ ନାମକ ସଂସ୍ଥା ଏହି ସୂଚନା ଦେଇଛି।
CloudSEKର ସୂଚନା ଅନୁସାରେ, କମ୍ପ୍ରମାଇସଡ ଥାର୍ଡପାର୍ଟି ଭେଣ୍ଡର, ତିନି କ୍ୟୁବ୍ ଆଇଟି ଲାବରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଯେଉଁଥିରେ ୨୦୦୭-୨୦୧୧ ପର୍ଯ୍ୟନ୍ତ ରୋଗୀଙ୍କ ତଥ୍ୟ ବି ରହିଛି। ତେବେ ଏହି କ୍ୟୁବ୍ ଆଇଟି ଲାବ୍ରେ ଷ୍ଟାଫ୍ ହସ୍ପିଟାଲ୍ରେ ସଫ୍ଟୱେର ଭେଣ୍ଡର ଭାବେ କାମ କରୁଥାଇପାରନ୍ତି ବୋଲି କ୍ଲାଉଡ୍ସେକ୍ କହିଛି। ଏହି ଘଟଣା ଜଣାପଡ଼ିବା ପରେ ହସ୍ପିଟାଲ୍ର ସମସ୍ତ ସଦସ୍ୟଙ୍କୁ ତଥ୍ୟ ଚୋରି ବିଷୟରେ ଅବଗତ କରାଇଛି।
କ୍ଲାଉଡସେକର ସାଇବର ଆଟାକ ବିଶ୍ଲେଷକ ନାଓଏଲ ଭାର୍ଘିସେ କହିଛନ୍ତି "ଆମେ ଏହାକୁ ସପ୍ଲାଏ ଚେନ୍ ଆଟାକ ବୋଲି କହିପାରିବା। ଯେହେତେ ଏ କ୍ଷେତ୍ରରେ ହସ୍ପିଟାଲ୍ର ଆଇଟି ଭେଣ୍ଡର, ଓ ତିନି କ୍ୟୁବ୍ ଆଇଟି ଲାବ ପ୍ରଥମେ ଟାର୍ଗେ କରାଯାଇଥିଲା। ଭେଣ୍ଡର ସିଷ୍ଟମ ଆକ୍ସେସ୍ କରିବା ପରେ ଆଟାକରମାନେ ଏଠି ପହଞ୍ଚିପାରିଥିଲେ। ଏହାପରେ ସେମାନେ ସ୍ୱାସ୍ଥ୍ୟଗତ ସୂଚନା ଓ ବ୍ୟକ୍ତିଗତ ସୂଚନା ନେଇପାରିଥିଲେ।"
ଏମ୍ସ ଉପରେ ସାଇବର ଆଟାକ ହୋଇଥିବା ନେଇ ଖବର ଆସିବା ପରେ ଶ୍ରୀ ସରଣ ମେଡିକାଲ ସେଣ୍ଟର ସାଇବର ଆଟାକ ହୋଇଥିବା ଜଣାପଡ଼ିଥିଲା।
ସୂଚନା ଥାଉକି ହ୍ୟାକରମାନେ ରୋଗୀଙ୍କ ତଥ୍ୟା ଦେବା ପାଇଁ ୧୦୦ ଆମେରିକୀୟ ଡଲାର ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଯେଉଁମାନେ ଡାଟାକୁ ପୂରା ନିଜ ଅକ୍ତିଆର୍ରେ ଆଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ୩୦୦ ଆମେରିକୀୟ ଡଲାର ମୂଲ୍ୟ ରଖାଯାଇଛି। ଯଦି ଡାଟାକୁ ବିକ୍ରି କରିବା ଉଦ୍ଦଶ୍ୟରେ ନିଆଯାଉଛି ତେବେ ଏହାର ମୂଲ୍ୟ ୪୦୦ ଆମେରିକୀୟ ଡଲାର ରଖାଯାଇଛି।