ଏହି ବ୍ଲଡ୍ ଗ୍ରୁପର ଲୋକଙ୍କ ଠାରେ ରୋଗ ପ୍ରତିରୋଧର ଶକ୍ତି କମ୍- କାଲିଫର୍ଣ୍ଣିଆ ଗବେଷକଙ୍କ ଗବେଷଣା

Published By : Prameya-News7 Bureau | October 08, 2019 IST

ନୂଆଦିଲ୍ଲୀ୮|୧୦: ସମଗ୍ର ବିଶ୍ୱରେ ବସବାସ କରୁଥିବା ସବୁ ଲୋକଙ୍କ ରକ୍ତ ଦେଖିବା ପାଇଁ ଏକାଭଳି କିନ୍ତୁ ଚିକିତ୍ସା ବିଜ୍ଞାନ ଦ୍ବାରା ରକ୍ତ କଣିକା ଗୁଡିକୁ ବିଭିନ୍ନ ଗ୍ରୁପରେ ଭାଗ କରାଯାଇଛି। ବ୍ଲଡ୍‌ ଗ୍ରୁପ ଅନୁସାରେ ମଣିଷର ଶାରୀରିକ ଗଠନ ସଂପର୍କରେ ଜଣା ପଡିଥାଏ। କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତି ଅଧିକ ରୋଗାଗ୍ରସ୍ତ ହୋଇଥାନ୍ତି। ଏ ସଂପର୍କରେ ଆସନ୍ତୁ ଜାଣିବା

ସୂଚନାଯୋଗ୍ୟ ଯେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକ ସବୁ ବ୍ଲଡ ଗ୍ରୁପର ପରୀକ୍ଷା କରିଥିଲେ। ଗବେଷଣାର ଶେଷ ପର୍ଯ୍ୟାୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଗବେଷକଙ୍କୁ ମିଳିଥିଲା। ଓ’ ନେଗେଟିଭ(O-) ବ୍ଲଡ୍‌ ଗ୍ରୁପର ବ୍ୟକ୍ତିମାନେ ଅଧିକ ରୋଗରେ ଶିକାର ହୋଥଇଥାନ୍ତି। ଅନ୍ୟ ବ୍ଲଡ୍‌ ଗ୍ରୁପର ବ୍ୟକ୍ତିଙ୍କ ଅପେକ୍ଷା O ନେଗେଟିଭ ବ୍ଲଡ୍ ଗ୍ରୁପର ବ୍ୟକ୍ତିଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ ବୋଲି ଏହି ଗବେଷଣାରୁ ଜଣା ପଡିଛି ।

ଗବେଷକଙ୍କ କହିବା ଅନୁସାରେ O ନେଗେଟିଭ୍‌ ବ୍ଲଡ୍‌ ଗ୍ରୁପର ବ୍ୟକ୍ତିଙ୍କ ପଏଚ୍‌ ସ୍ତର କମ ରହିଥାଏ। ଏହି କାରଣରୁ ଓ ନେଗେଟିଭ ବ୍ଲଡ୍ ଗ୍ରୁପର ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ରକ୍ତଚାପ ଜନିତ ସମସ୍ୟା ଦେଖାଯାଇଥାଏ। ତେଣୁ ଶରୀରର ରକ୍ତ ସଂଞ୍ଚାଳନରେ ଅନିୟନ୍ତ୍ରିତ ଦେଖାଯାଇଥାଏ।

(O-) ନେଗେଟିଭ ବ୍ଲଡ୍‌ ଗ୍ରୁପ ସଂପର୍କରେ ଜାଣିବା ଲାଗି  କାଲିଫର୍ଣ୍ଣିଆର ଗବେଷକ ୪୯ ଜଣ (O-) ନେଗେଟିଭ ବ୍ଲଡ୍‌ ଗ୍ରୁପର ବ୍ୟକ୍ତିଙ୍କ ଉପରେ ଗବେଷଣା କରିଥିଲେ। ଏଥସହ ସେମାନଙ୍କ ଶାରୀରିକ ଗଠନ ସଂପର୍କରେ ଗବେଷକ ଜାଣିବା ପାଇଁ ଚେଷ୍ଟା କରିଥିଲେ। ଓ' ନେଗେଟିଭ (O-) ବ୍ଲଡ୍‌ ଗ୍ରୁପର ବ୍ୟକ୍ତିଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା କଥା ଶେଷରେ ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.