ଭୁବନେଶ୍ବର ୧୩।୭: ବାଲେଶ୍ଵର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି, କଂଗ୍ରେସ ପକ୍ଷରୁ ଏହି ଘଟଣାକୁ ନେଇ ଆନ୍ଦୋଳନ କରାଯାଉଛି । ଏହି ଘଟଣାକୁ ନେଇ ଠିକ୍ ଢ଼ଙ୍ଗରେ ତଦନ୍ତ ହେବାର ଆବଶ୍ୟକତା ରହିଛି । ମହିଳା କଂଗ୍ରେସର ଏକ ଟିମ୍ ସୋମବାର ବାଲେଶ୍ଵର ଫକୀରମୋହନ କଲେଜକୁ ଯିବ । ଘଟଣାର ଅନୁଧ୍ୟାନ କରିବ ଏହି ଟିମ୍ । କଂଗ୍ରେସ ଦାବି କାହିଁକି ସେ ଛାତ୍ରୀ ଆତ୍ମାହୁତି ଉଦ୍ୟମ କଲା । ସେ ସବୁ କଥା ସମସ୍ତଙ୍କୁ ଅବଗତ କରିଥିଲା । ସାଂସଦଙ୍କୁ ମଧ୍ୟ ଜଣାଇଥିଲା । କାହିଁକି ସେ ଛାତ୍ରୀର ଅଭିଯୋଗକୁ ହାଲୁକା ଭାବେ ନିଆଗଲା । ତାହା ଦୁଃଖର କଥା ବୋଲି ଭକ୍ତ ଦାସ କହିଛନ୍ତି ।
ସେପଟେ ମହିଳା କଂଗ୍ରେସ କହିଛି, ନିଜ ଦେହରେ ନିଆଁ ଲଗାଇ ଗୁରୁତର ହୋଇ AIIMSରେ ଫକୀର ମୋହନ କଲେଜର ନିର୍ଯାତିତ ଛାତ୍ରୀ ଚିକିତ୍ସାଧୀନ ଅଛନ୍ତି । HOD ସମୀର ସାହୁ ବାରମ୍ବାର ନିର୍ଯାତନା ଦେଇଛନ୍ତି । ସେହି କଲେଜରେ ସ୍ଥାୟୀ ପ୍ରିନ୍ସିପାଲ ନାହାନ୍ତି । ଏତେ ମାତ୍ରାରେ ନିର୍ଯାତିତ ହୋଇଛନ୍ତି । ସମସ୍ତଙ୍କୁ ଏ ବିଷୟରେ କହିଛନ୍ତି । କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଆମ ମେଡିକାଲକୁ ଯାଇଥିଲୁ । ସେ ଝିଅକୁ ନ୍ୟାୟ ଦିଆଯାଉ । ତା ପରିବାରକୁ ନ୍ୟାୟ ଦିଆଯାଉ । ଦୋଷୀଙ୍କୁ ଦଣ୍ଡ ଦିଆଯାଉ । ଦୋଷୀଙ୍କୁ ଚାକିରିରୁ ଡିସମିସ କରନ୍ତୁ ।
ସେପଟେ ଏ ଘଟଣାର ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସର ଘେରାଉ ସ୍ଥଳକୁ ଆସି ଛାତ୍ର କଂଗ୍ରେସକୁ ବଳ ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଲେ ଛାତ୍ରୀ ଜଣକ ପୂର୍ବରୁ ଏ ନେଇ ଅଭିଯୋଗ ଆଣିଥିଲେ । କଲେଜ କର୍ତୃପକ୍ଷଙ୍କୁ ଜଣେଇ ଥିଲେ ମଧ୍ୟ କାହିଁକି ତାଙ୍କୁ ନ୍ୟାୟ ଦିଆଯାଇନଥିଲା । ରାଜ୍ୟରେ କଲେଜ ଗୁଡିକରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି । ରାଜ୍ୟରେ ନାରୀ ଅସୁରକ୍ଷିତ ବୋଲି ଛାତ୍ର କଂଗ୍ରେସ କହିଛି ।
You Can Read: