ପାଟକୁରା ପଲଟିକ୍ସରେ ରାଜନୀତି ପୂରାଇଲେ ତାରା, ବିଜୟ, ଦାମ, ଅତନୁ ଓ ଗଣେଶ୍ବରଙ୍କ ବୟାନବାଜି…

Published By : Prameya-News7 Bureau | July 07, 2019 IST

ପାଟକୁରା ପଲିଟିକ୍ସରେ ପଶିଛି ରାଜ୍ୟସଭା ରାଜନୀତି ।  ତାରାଙ୍କ ଆଟାକକୁ କାଉଣ୍ଟର କରିବାକୁ ଯାଇ ଏମିତି କିଛି ବାଣ ମାରିଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଅଭିଯୋଗ ହେଲା, ପାଟକୁରାରେ ବିଜେଡି-ବିଜେପି ମ୍ୟାଚ୍ ଫିକ୍ସିଂ ହୋଇଛି । ବିଜୟ ମହାପାତ୍ରଙ୍କୁ ହରାଇବାକୁ ଡିଲ୍ ହୋଇ ସାରିଛି, ବାକି ଯାହା ଚାଲିଛି ଡ୍ରାମା । ଏହାର ଜବାବ୍ ଦେବାକୁ ଯାଇ ବିଜୟ କହିଛନ୍ତି, ପାଟକୁରାବାସୀ କାହାକୁ ଜିତାଇବେ ମନସ୍ଥ କରିସାରିଲେଣି । ଯଦି ଫିକ୍ସିଂର କଥା ଉଠୁଛି, ତାହାଲେ ରାଜ୍ୟସଭାରେ ବିଜେପିକୁ ସମର୍ଥନ ଦେଇଥିଲା ବିଜେଡି । ତେଣୁ ପାଟକୁରାରେ ବି ବିଜେପିକୁ ବିଜେଡି ସମର୍ଥନ ଦେବାରେ ବାଧା ନାହିଁ ବୋଲି ଆଶା ରଖିଛନ୍ତି ବିଜୟ।

ଭୁବନେଶ୍ୱରରେ ଏଭଳି ବୟାନବାଜି ଚାଲିଥିବାବେଳେ ଗ୍ରାଉଣ୍ଡରେ ନିର୍ବାଚନୀ ମାହୋଲ ଧିରେ ଧିରେ ଗରମ ହେଉଛି ।  ବିଜେଡି ଓ ବିଜେପିର ଜମ୍ବୋ ଟିମ୍ ଦଳୀୟ ପ୍ରାର୍ଥୀଙ୍କ ଲାଗି କ୍ୟାମ୍ପେନ୍ ଜୋରଦାର କରିଛନ୍ତି ।  କଂଗ୍ରେସ ମଙ୍ଗ ଧରିଛନ୍ତି ବରିଷ୍ଠ ନେତା ଗଣେଶ୍ୱର ବେହେରା ।  ଡେରାବିଶ୍ ଓ ଗରଦପୁର ବ୍ଲକର ୧୯ ପଞ୍ଚାୟତର ସଂଖ୍ୟାଲଘୁ ଭୋଟ୍ ଉପରେ ତିନି ଦଳର ଆଖି ରହିଛି ।  ସେପଟେ ବିଜୟଙ୍କୁ ନିଜ ହୋମ୍ ବ୍ଲକ୍ ଗରଦପୁରରେ ଚେକ୍ ଦେବାକୁ ବିଜେଡି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଦାୟିତ୍ୱ ଦେଇଛି । ଜୁଲାଇ ୧୮ ପ୍ରଚାରର ଶେଷ ଦିନ ହୋଇଥିବାରୁ ଖୁବ୍ ଶୀଘ୍ର ୩ ଦଳର ହେଭିୱେଟଙ୍କ ନିର୍ବାଚନୀ ପ୍ରଚାର, ରୋଡ୍ ସୋ, ସଭା, ସମାବେଶର ସିଡ୍ୟୁଲ୍ ସାମ୍ନାକୁ ଆସିବ। ସେପଟେ ବିଜୟକୁ ନେଇ ରୋଚକ ବୟାନ ଦେଇଛନ୍ତି ବରିଷ୍ଠ ନେତା ଦାମ ରାଉତ। ବିଜୟ ପାଟକୁରାରୁ ଭୋଟ ପାଇବାକୁ ହକଦାର ବୋଲି ସେ କହିଛନ୍ତି ।ଅପରପକ୍ଷରେ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ପାଟକୁରାର ତିନୋଟିଯାକ ବ୍ଲକରେ ବିଜେଡି ଆଗରେ ରହିବ । କଂଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି ଯେ, ସମ୍ବଳ ଅଭାବ କଂଗ୍ରେସ ପାଇଁ ଏକମାତ୍ର ସମସ୍ୟା ।

ପାଟକୁରାରେ ସହାନୁଭୂତିର ଲଢେଇ ରୋଚକ ସ୍ଥିତିରେ ପହଞ୍ଚିଛି ।  ବେଦପ୍ରକାଶଙ୍କ ଲାଗି ସାବିତ୍ରୀଙ୍କୁ ସିମ୍ପାଥି ଭୋଟ୍ ମିଳିବ ବୋଲି ବିଜେଡି କ୍ୟାମ୍ଫ ଆଶା ବାନ୍ଧିଥିବା ବେଳେ, ବିଜେପିର ଯୁକ୍ତି ୧୯ ବର୍ଷ ହେଲା ବିଧାନସଭା ନ ଯାଇପାରିଥିବାରୁ ବିଜୟଙ୍କୁ ଲୋକେ ଏଥର ନିଶ୍ଚୟ ଜିତାଇବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.