ସମ୍ବଲପୁର ୧୩।୮: ବୁର୍ଲା ଭିମସାରରେ ଅଘଟଣ । ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ରୋଗୀ । ମେଡିକାଲର ପ୍ରଥମ ମହଲାରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବକ ଜଣଙ୍କ ବରଗଡ଼ ଜିଲ୍ଲା ବିଜେପୁର ଥାନା ଭାଟିଗାଓଁର ସୁବୀର ସରିଦାର ବୋଲି ଜଣାପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭିମସାର କାଜୁଆଲଟିରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ରାତିରେ ସୁବୀର ସରିଦାର ଏକ ଧାରୁଆ ଅସ୍ତ୍ରରେ ନିଜ ତଣ୍ଟି କାଟି ଗୁରୁତର ହୋଇଥିଲେ । ପରିବାର ଲୋକେ ପ୍ରଥମେ ତାଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବୁଧବାର ଭୋରରୁ ଭିମସାରକୁ ଚିକିତ୍ସା ପାଇଁ ଆଣିଥିଲେ । ଭିମସାର କାଜୁଆଲଟିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଇଏନଟି ବିଭାଗରେ ଭର୍ତ୍ତି କରାଯାଇଥିଲା । ଦିନ ସାଢେ ୧୧ଟାରେ ଅସ୍ତ୍ରୋପଚାର କକ୍ଷ ସମ୍ମୁଖରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ଅପେକ୍ଷା କରିବାକୁ କୁହାଯାଇଥିଲା । ସେଠାରୁ ସେ କୌଶଳ କ୍ରମେ ଖସିଯାଇ ପ୍ରଥମ ମହଲା ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରଥିଲେ । ତେବେ ଏହା ପଛରେ କାରଣ କ’ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।
You Can Read:
ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତାରେ ଲଗାମ କଷିଲେ ସରକାର, ଏଣିକି କ୍ଷମତାଶାଳୀ ହେବେ ବିଡିଓ