oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଚଳନ୍ତା ବିମାନରେ ବିଗିଡିଲା ପାଇଲଟ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା, ସୁରକ୍ଷିତ ଭାବେ ବିମାନକୁ ଅବତରଣ କରାଇଲେ ଯାତ୍ରୀ

12/05/2022 at 9:39 AM

ଫ୍ଲୋରିଡା ୧୨।୫: ଆମେରିକା ଫ୍ଲୋରିଡାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ପାମ୍ ବିଚ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନର ସୁରକ୍ଷିତ ଅବତରଣ ଚର୍ଚ୍ଚାର ବିଷୟ ପାଲଟିଛି । ଦି ମିରର ରିପୋର୍ଟ ଅନୁସାରେ ଜଣେ ଯାତ୍ରୀ ଟ୍ରାଫିକ୍ କଣ୍ଟ୍ରୋଲର୍ସର ସହାୟତାରେ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଇଛନ୍ତି ।

ଯାତ୍ରୀ ଜଣଙ୍କ ଟ୍ରାଫିକ୍ କଣ୍ଟ୍ରୋଲକୁ ସୂଚନା ଦେଇଥିଲେ ଯେ ସେସନା କାରଭାନ ବିମାନର ପାଇଲଟ୍ ହୋସ୍‌ରେ ନାହାନ୍ତି । ହଠାତ୍ ପାଇଲଟ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ଏହି ସମୟରେ ବିମାନଟି ଗନ୍ତବ୍ୟସ୍ଥଳଠାରୁ ୧୧୨ କିଲୋମିଟର ଦୂରରେ ଥିଲା । ଏହି ବିମାନରେ ୧୪ ଜଣ ଯାତ୍ରୀ ବସିବାର ସୁବିଧା ଥିବା ବେଳେ ଏହାକୁ ଘଣ୍ଟା ପ୍ରତି ୩୪୬ କିଲୋମିଟର ବେଗରେ ଉଡାଯାଇପାରିବ ।

ଟ୍ରାଫିକ୍ କଣ୍ଟ୍ରୋଲ ତରଫରୁ ପୋଜିସନ୍ ପଚରାଯିବାରୁ ଯାତ୍ରୀ ଜଣଙ୍କ କହିଥିଲେ ଯେ ତାଙ୍କୁ ସେ ସମ୍ପର୍କରେ କିଛି ଜଣାନାହିଁ । ଯାତ୍ରୀ ଜଣଙ୍କ କହିଥିଲେ ତାଙ୍କୁ ସାମ୍ନାରେ ଫ୍ଲୋରିଡା କୋଷ୍ଟ ଦେଖାଉଛି । ଟ୍ରାଫିକ୍ କଣ୍ଟ୍ରୋଲ ଯାତ୍ରୀଙ୍କୁ ବିମାନର ଓ୍ବିଙ୍ଗ୍ ଲେଭଲ୍ ନିୟନ୍ତ୍ରଣ କରିବା ଏବଂ କୋଷ୍ଟ ସହ ଚାଲାଇବାକୁ କହିଥିଲେ । ଏହାସହ ଟ୍ରାଫିକ୍ କଣ୍ଟ୍ରୋଲ କର୍ମଚାରୀ ବିମାନକୁ ଲୋକେଟ୍ କରିବା ପ୍ରୟାସରେ ଲାଗିପଡିଥିଲେ । କଣ୍ଟ୍ରୋଲର୍ସ ବିମାନକୁ ତଳକୁ ଆଣିବାକୁ ଯାତ୍ରୀଙ୍କୁ ସାହାଯ୍ୟ କରିଥିଲେ ଏବଂ ଖୁବ୍ ଶୀଘ୍ର ବିମାନଟିକୁ ଟ୍ରେସ୍ କରିଦେଇଥିଲେ । କଣ୍ଟ୍ରୋଲର୍ସଙ୍କ ଗାଇଡଲାଇନରୁ ଯାତ୍ରୀ ଜଣଙ୍କ ବିମାନଟିକୁ ସୁରକ୍ଷିତ ଅବତରଣ କରାଇବାରେ ସଫଳ ହୋଇଥିଲେ ।

   Related Posts