ଏସିଆ କପ୍ ପୂର୍ବରୁ ପାକିସ୍ତାନକୁ ବଡ ଝଟକା ! ଭାରତ ବିପକ୍ଷ ମ୍ୟାଚ୍ ଖେଳି ନପାରନ୍ତି ସାହିନ୍ ଆଫ୍ରିଦି

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ, ୧୪|୦୮: କେଏଲ ରାହୁଲଙ୍କ ନେତୃତ୍ୱରେ ଭାରତ ଜିମ୍ବାଓ୍ୱେ ବିପକ୍ଷରେ ସିରିଜ୍ ଖେଳିବ । କିନ୍ତୁ ସମସ୍ତଙ୍କୁ ନଜର ରହିଛି ଏସିଆ କପ୍ ଉପରେ । ଭାରତ ଅଗଷ୍ଟ ୨୮ ତାରିଖରେ ପ୍ରଥମ ମ୍ୟାଚ୍ ଖେଳିବ । ତାହା ପୁଣି ପାକିସ୍ତାନ ସହ । ଦଳ ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛି । କିନ୍ତୁ ପାକିସ୍ତାନକୁ ଏହି ମହା ମୁକାବିଲା ପୂର୍ବରୁ ବଡ ଝଟକା ଲାଗିପାରେ । ପାକିସ୍ତାନୀ ଦ୍ରୁତ ବୋଲର ସାହିନ୍ ଆଫ୍ରିଦି ଭାରତ ବିପକ୍ଷ ମ୍ୟାଚ୍ ଖେଳି ନପାରନ୍ତି ।

ସାହିନଙ୍କୁ କିଛି ଦିନ ପୂର୍ବରୁ ଆଘତ ଲାଗିଥିଲା । ଫଳରେ ତାଙ୍କ ଖେଳିବା ନେଇ ଅନିଶ୍ଚିତତା  ସୃଷ୍ଟି ହୋଇଛି । ସେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିପାରି ନଥିଲେ । ତାଙ୍କୁ ପାକିସ୍ତାନ ନେଦରଲାଣ୍ଡ୍ ବିପକ୍ଷ ସିରିଜରେ ବିଶ୍ରାମ ଦେଇଛି ।

ପାକ୍ ଅଧିନାୟକ ବାବର୍ ଆଜମ ସାହିନଙ୍କ ଫିଟନେସକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ସାହିନ ନେଦରଲାଣ୍ଡ ଗସ୍ତ କରିବେ । ଏହାଦ୍ୱାରା ସେ ଡାକ୍ତରଙ୍କ ନଜରରେ ରହିପାରିବେ । ଯଦି ସେ ଫିଟ୍ ହୁଅନ୍ତି ତେବେ ନେଦରଲାଣ୍ଡ୍ ବିପକ୍ଷରେ ଖେଳିବେ ।

ସେ ଆହୁରି କହିଛନ୍ତି ଯେ, ସେମାନେ ସାହିନଙ୍କୁ ନେଇ ଲମ୍ବା ପ୍ଲାନ୍ ରଖିଛନ୍ତି । ଆଗକୁ ଏସିଆ କପ୍ ଓ ଟି୨୦ ବିଶ୍ୱକପ୍ ରହିଛି । ସୂଚନାଯୋଗ୍ୟ, ସାହିନଙ୍କୁ ବିଶ୍ୱର ଦମଦାର ବୋଲରଙ୍କ ଭିତରେ ସ୍ଥାନ ମିଳିଛି । ସେ ଏସିଆ କପରୁ ବାଦ୍ ପଡିଲେ ପାକିସ୍ତାନ ବ୍ୟାକ୍ ଫୁଟରେ ରହିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.