ବଙ୍ଗାଳି ଟିପ୍ପଣୀକୁ ନେଇ ବଢିଲା ପରେଶ ରାଓ୍ଵଲଙ୍କ ଅଡୁଆ, ଜେରା କରିବ ପୋଲିସ୍

Published By : Prameya-News7 Bureau | December 06, 2022 IST

କୋଲକାତା: ବଙ୍ଗାଳି ଟିପ୍ପଣୀକୁ ନେଇ ଅଭିନେତା ତଥା ବିଜେପି ନେତା ପରେଶ ରାଓ୍ଵଲଙ୍କ ମୁସ୍କିଲ ଥମିବାର ନାଁ ନେଉନାହିଁ। ରାଓ୍ଵଲଙ୍କୁ କୋଲକାତା ପୋଲିସ୍ ସମନ ଜାରି କରିଛି। ବଙ୍ଗାଳିଙ୍କୁ ନେଇ କରିଥିବା ଟିପ୍ପଣୀରେ ରାଓ୍ଵଲଙ୍କୁ ପୋଲିସ୍ ଜେରା କରିବ। କୋଲକାତା ପୋଲିସ୍ କମ୍ୟୁନିଷ୍ଟ ନେତା ତଥା ରାଜ୍ୟ ସଂପାଦକ ମହମ୍ମଦ ସଲିମଙ୍କ ଅଭିଯୋଗକ୍ରମେ ପରେଶଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ଆଧାରରେ କେସ୍ ରୁଜୁ କରିଛି। ସେ ଅଭିଯୋଗ କରିଛନ୍ତି ଯେ, ଗୁଜରାଟରେ ବିଜେପିର ନିର୍ବାଚନୀ ରାଲିରେ ବଙ୍ଗାଳି ସମୁଦାୟଙ୍କ ବିରୋଧରେ ପରେଶ ଘୃଣିତ ଭାଷଣ ଦେଇଥିଲେ।

ବଲସାଡ ଜିଲ୍ଲାରେ ଆୟୋଜିତ ରାଲିରେ ରାଓ୍ଵଲ କହିଥିଲେ ଗ୍ୟାସ୍ ସିଲିଣ୍ଡର ମହଙ୍ଗା, ମାତ୍ର ଏହାର ମୂଲ୍ୟ ବହୁତ କମ ହୋଇଯିବ। ଲୋକେ ରୋଜଗାର ବି ପାଇବେ। ମାତ୍ର କଣ ହେବ ଯଦି ରୋହିଙ୍ଗ୍ୟା ପ୍ରବାସୀ ଏବଂ  ବାଂଲଦେଶୀ ଆପଣଙ୍କ ଆଖପାଖରେ ରହିବା ଆରମ୍ଭ କରିବେ, ଯେମିତି ଦିଲ୍ଲୀରେ ଏବେ ରହୁଛନ୍ତି। ଆପଣ ଗ୍ୟାସ୍ ସିଲିଣ୍ଡରର କଣ କରିବେ ? କଣ ବଙ୍ଗାଳିଙ୍କ ପାଇଁ ମାଛ ରୋଷେଇ କରିବେ ?

ପରେଶ ରାଓ୍ଵଲ ନିଜ ଟିପ୍ପଣୀକୁ ନେଇ ସାମାଜିକ ଗଣମାଧ୍ୟମରେ ସମାଲୋଚନା ପରେ ଶୁକ୍ରବାର କ୍ଷମା ମାଗିଥିଲେ। ସେ କହିଥିଲେ, ବଙ୍ଗାଳିଙ୍କ ସହ ମୋର ଅସନ୍ତୋଷ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କ ପାଇଁ ଥିଲା। ଯଦି ମୋ ଟିପ୍ପଣୀରେ କାହାକୁ ଆଘାତ ଲାଗିଛି ତେବେ ମୁଁ କ୍ଷମା ମାଗୁଛି। କିନ୍ତୁ ଅଭିଯୋଗକାରୀ ସଲିମ ଦାବି କରିଛନ୍ତି, ରାଓ୍ଵଲ ବାଂଲାଦେଶୀ, ରୋହିଙ୍ଗ୍ୟା, ବଙ୍ଗାଳି ଏବଂ ମାଛରେ ଗ୍ୟାସ୍ ସିଲିଣ୍ଡରକୁ ଯୋଡି ବଙ୍ଗାଳିଙ୍କ ଅପମାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.