ପଞ୍ଚାୟତ କାର୍ଯ୍ୟାଳୟରୁ ମିଳିଲା ପିଅନଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | January 14, 2022 IST

ସାନଖେମୁଣ୍ଡି, ୧୪।୦୧:  ପଞ୍ଚାୟତ କାର୍ଯ୍ୟାଳୟ ପରିସରରୁ ଉଦ୍ଧାର ହେଲା ପିଅନଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ । ଏପରି ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା କେ.ନୁଆଗାଁ ଥାନା ଅନ୍ତର୍ଗତ ବମକେଇ ପଞ୍ଚାୟତ କାର୍ଯ୍ୟାଳୟରେ ।

ସୂଚନାନୁସାରେ, ଶୁକ୍ରବାର ପଞ୍ଚାୟତ ପରିସରରୁ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ରବୀନ୍ଦ୍ର ପ୍ରଧାନ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସବୁଦିନ ଭଳି ଗୁରୁବାର ରାତିରେ ପଞ୍ଚାୟତ ଗୃହରେ ରବୀନ୍ଦ୍ର ଶୋଇଥିଲେ  । କିନ୍ତୁ ସକାଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । କେ ନୁଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.