ସୁଧୁରୁନି ପାକିସ୍ତାନ : ବାଲାକୋଟରେ ମୋର୍ଟାର ମାଡ଼, ଦୃଢ ଜବାବ ଦେଲା ଭାରତୀୟ ସେନା

Published By : Prameya-News7 Bureau | June 21, 2020 IST

ଶ୍ରୀନଗର ୨୧।୦୬: ଯେତେ ବୁଝାଇଲେ ବି ସେଇଆ । ଯେତେ କାର୍ଯ୍ୟାନୁଷ୍ଠାନ ନେଲେ ବି ସେଇଆ । ସାରା ଦେଶ ଏବେ କରୋନା ସ୍ଥିତି ନେଇ ଗତି କରୁଛି । କରୋନା ଭଳି ମହାମାରୀରୁ ଦେଶକୁ କିପରି ରକ୍ଷା କରିବା ଏବଂ ଏହି ସଂକ୍ରମଣରୁ ଦେଶବାସୀଙ୍କୁ କିପରି ସୁରକ୍ଷିତ କରିବା ସେନେଇ ସରକାର ଚିନ୍ତିତ ଥିବା ବେଳେ ପାକିସ୍ତାନ ନିଜର ଛାୟାଯୁଦ୍ଧ ଲଢାଚାଲିଛି । ସୀମାରେ ପୁଣି ଥରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି  । ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ସେନା ଭାରତର ପୁଞ୍ଚ ଓ କଠୁଆରେ ମୋର୍ଟାର ଓ ଗୁଳିମାଡ କରିଛି ।  ସୀମାର ନିକଟବର୍ତ୍ତୀ ଗାଁମାନଙ୍କୁ ଲକ୍ଷ୍ୟ କରି ପାକିସ୍ତାନ ଏପରି ବାରମ୍ବାର କରୁଛି । କିନ୍ତୁ ପାକିସ୍ତାନର ମୋର୍ଟାର ଓ ଗୁଳିମାଡକରେ କୌଣସି ଭାରତୀୟଙ୍କ ମୃତାହତ ହେବାର ଖବର ନାହିଁ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସକାଳ ୬ଟା ସମୟରେ ପାକିସ୍ତାନର ବାଲାକୋଟରେ କୌଣସି କାରଣ ନଥାଇ ହଠାତ୍‌ ମୋର୍ଟାର ଓ ଗୁଳିମାଡ ଆରମ୍ବ କରିଦେଇଥିଲା । କିନ୍ତୁ ଭାରତୀୟ ସେନା ଏହାର ଦୃଢ ଜବାବ ଦେଇଥିଲା । ତେବେ ଉଭୟ ଫକ୍ଷରୁ ହୋଇଥିବା ଗୁଳି ଓ ମୋର୍ଟାର ମାଡରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଦେଇଛି । ସେହିପରି ପାକିସ୍ତାନୀ ରେଞ୍ଜରମାନେ ଅନ୍ତ୍ରରାଷ୍ଟ୍ରୀୟ ସାମୀକୁ ଲାଗି ରହିଥିବା ଗାଁମାନଙ୍କୁ ଟାର୍ଗେଟ କରି ମୋର୍ଟାର ମାଡ କରିଛନ୍ତି । ସେହିପରି ଶନିବାର ଦିନ ବିଳମ୍ବିତ ରାତିରେ ମଧ୍ୟ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଥିଲା ।ଏହି ଗୁଳିମାଡ ଚାରି ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଲାଗି ରହିଥିଲା । ପାକିସ୍ତାନ ପକ୍ଷରୁ ଚଳିତ ବର୍ଷ ଜାମ୍ମୁ-କାଶ୍ମୀର ସୀମାରେ ଅନେକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି । ୧୦ ଜୁନ୍‌ ପର୍ଯ୍ୟନ୍ତ ୨,୦୨୭ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି ପାକିସ୍ତାନ । କିନ୍ତୁ ପ୍ରତି ଥର ଭାରତ ତାକୁ ଦୃଢ ଜବାବ ଦେଇଛି । ନିକଟରେ ବାରତର ଆକ୍ରମଣରେ ପାକିସ୍ତାନର ୧୦ଟି ଚେକ୍‌ ପୋଷ୍ଟ ଓ ଅନେକ ସୈନ୍ୟ ମୃତାହତ ହୋଇଥିବା ଜଣାପଡିଥିଲା । କିନ୍ତୁା ତା ପରେ ମଧ୍ୟ ପାକିସ୍ତାନ ସୁଧୁରିବାର ନା ନେଉନି । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ଗୁଇନ୍ଦା ସୂଚନାଆଧାରରେ ପାକିସ୍ତାନ ଏହି ଅସ୍ତ୍ରବିରତି ଉଲ୍ଲଂଘନ ଜରିଆରେ ଆତଙ୍କାବାଦୀଙ୍କୁ  ଭାରତୀୟ ସୀମାରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଛି । କିନ୍ତୁ ପାକିସ୍ତାନ ପ୍ରତି ଉଦ୍ୟମକୁ ପାଣିରେ ପକାଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.