ଢିଲା ପଡିଲା ପାକିସ୍ତାନ- ଭାରତରୁ ଔଷଦ ଆମଦାନୀ କରିବା ପାଇଁ ନିଷ୍ପତି ନେଲେ ଇମରାନ୍ ସରକାର

Published By : Prameya-News7 Bureau | September 03, 2019 IST

ନୂଆଦିଲ୍ଲୀ - ମାସେ କାଳ ଭାର ବିରୋଧରେ ବିଷ ଓଗାଳିବା ପରେ ଏବେ ପାକିସ୍ତାନର ଇମରାନ୍‌ ସରକାର ବାଟକୁ ଆସିଯାଇଛନ୍ତି। ଭାରତଠାରୁ ସମସ୍ତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବା ପରେ ଏବେ ପାକିସ୍ତାନରେ ଆହୁରି ଖରାପ ପରିସ୍ଥିତି ସୃଷ୍ଟି ହୋଇଛି। ରାସାୟନିକ ଦ୍ରବ୍ୟ, ପ୍ଲାଷ୍ଟିକ, ଖାଦ୍ୟ ଶସ୍ୟ, ଚିନି, କଫି, ଓ ତା ସହ ଷ୍ଟିଲ୍‌ ଜିନିଷ ଔଷଧ ଓ ତମ୍ବା ଭାରତରୁ ଆମଦାନୀ କରୁଥିଲା ପାକିସ୍ତାନ । ଏବେ ଏ ସବୁର ଆମଦାନୀ ପାକିସ୍ତାନ ବନ୍ଦ କରିବା ପରେ ସେଠାକାର ଘରୋଇ ବଜାରରେ ସଙ୍କଟ ସୃଷ୍ଟି ହୋଇଛି । ପାକିସ୍ତାନ ବଜାରରେ ଔଷଦ ମିଳିବା ଏକ ପ୍ରକାର କଷ୍ଟ ହୋଇଯାଇଛି। ଏହାପରେ ଇମରାନ୍‌ ସରକାର ବାଧ୍ୟ ହୋଇ ଭାରତଠାରୁ ଔଷଦ ଆମଦାନୀପାଇଁ ନିଷ୍ପତ୍ତି ନେଇଛନ୍ତି ।

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହ ଏହାକୁ କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ମିଳିବା ପରେ ପାକିସ୍ତାନ ଅସ୍ତବ୍ୟସ୍ତ ହୋଇଯାଇଥିଲା । ଯୁଦ୍ଧ ଠାରୁ ପରମାଣୁ ଯୁଦ୍ଧ ପର୍ଯ୍ୟନ୍ତ ଧମକ ଦେଇ ସାରିଥିଲା କେବଳ ସେତିକି ନୁହେଁ କୂଟ ନୈତିକ ସମ୍ପର୍କ ଛିନ୍ନ କରିବା ସହ ସମସ୍ତ ବ୍ୟବସାୟ ବନ୍ଦ କରି ଦେଇଥିଲା । ହେଲେ ଏବେ ସେହି ପାକିସ୍ତାନ ଔଷଧ ଆମଦାନୀ ପାଇଁ ନଷ୍ପତ୍ତି ନେଇଛି। କାଶ୍ମୀର ପ୍ରସଙ୍ଗରେ କୌଣସି ସ୍ତରକୁ ଯାଇ ପାରିବ କହୁଥିବା ପାକିସ୍ତାନ ଏବେ ନିଜେ ଢିଲା ପଡିଛି । ଚାପରେ ଆସି ବାଧ୍ୟ ହୋଇ ଭାରତଠାରୁ ବିଭିନ୍ନ ଜୀବନ ରକ୍ଷାକାରୀ ଔଷଦ କିଣିବା ବୋଲି ନିଷ୍ପତି ନେଇଛି ।

ଏବେ ପାକିସ୍ତାନ ଭାରତ ସହ ନିଜର କୂଟନୈତିକ ସମ୍ପର୍କ ସବୁଠାରୁ ନିମ୍ନସ୍ତରକୁ ନେଇଯାଇଛି । ପାକିସ୍ତାନ ଅଧିକାଂଶ ଔଷଦ ପାଇଁ ଭାରତ ଉପରେ ନିର୍ଭର କରେ । ଜୀବନ ରକ୍ଷାକାରୀ ଔଷଦ ସହ ସାପ ଓ କୁକୁର କାମୁଡା ଇଂଜେକସନ୍‌ ବି ଭାରତଠାରୁ ଆମଜାନୀ କରିଥାଏ । ପାକିସ୍ତାନର ବାଣିଜ୍ୟ ମନ୍ତ୍ରାଳୟ ଭାରତଠାରୁ ଔଷଦ ଆମଦାନୀ କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛି ।

ଗତ ୧୬ ମାସ ମଧ୍ୟରେ ଭାରତଠାରୁ ପାକିସ୍ତାନ ୨୫୦ କୋଟି ଟଙ୍କାର ଜଳାନ୍ତକ ଆକ୍ରାନ୍ତ ବା କୁକୁର କାମୁଡା ଇଂଜେକସନ୍‌ ଓ ବିଷରୋଧି ଇଂଜେକସନ୍‌ ଆମଦାନୀ କରିଛି । ୨୦୧୭-୧୮ରେ ପାକିସ୍ତାନ ୧୬୮୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଏହା ଭାରତ ସାରା ବିଶ୍ୱ ସହ କରିଥିବା ବ୍ୟବସାୟର ମାତ୍ର୦.୩୧ ପ୍ରତିଶତ । ମାତ୍ର ପାକିସ୍ତାନ ଗ୍ଲୋବାଲ ଟ୍ରେଡର ୩.୨ ପ୍ରତିଶତ । ଭାରତ ଓ ପାକିସ୍ତାନ ମଧ୍ୟରେ ହେଉଥିବା ମୋଟ୍‌ ବ୍ୟବସାୟର ୮୦ ପ୍ରତିଶତ ପାକିସ୍ତାନ ଭାରତଠାରୁ ଆମଦାନୀ କରିଥାଏ ।

ଏବେ ପାକିସ୍ତାନ ବାଧ୍ୟ ହୋଇ ଭାରତଠାରୁ ସମ୍ପୂର୍ଣ୍ଣ ବ୍ୟବସାୟ ବନ୍ଦ ନିଷ୍ପତିରୁ ଓହରି ଆଂଶିକ ବ୍ୟବସାୟ କରିବ ବୋଲି ନିଷ୍ପତ୍ତି ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.