previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

‘ରାଜ୍ୟ ବାହାରୁ ମୋ ଘରକୁ ଆସୁଥିବା ଅତିଥିଙ୍କୁ ମୁଁ ଓଡିଆ ଖାଦ୍ୟ ପରସିଥାଏ… ପଖାଳ ମୋର ଭାରି ପସନ୍ଦ’- ଆମଘର ଆମ ହାଣ୍ଡିଶାଳ ପାଇଁ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଲେ ତାଙ୍କ ଖାଦ୍ୟ ରୂଚିର କଥା

14/08/2020 at 4:57 PM

ଭୁବନେଶ୍ବର ୧୪।୮: ପଖାଳକୁ ଲୋକପ୍ରିୟ କରିବାକୁ ଓଟିଡିସି ପକ୍ଷରୁ ‘ଆମଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମ । ଏହାର ଲୋକପ୍ରିୟତାକୁ ଆହୁରି ସୁଦୂରପ୍ରସାରୀ କରିବାକୁ କାର୍ଯ୍ୟକ୍ରମକୁ ଆସନ୍ତାକାଲିଠାରୁ ପ୍ରତି ଶନିବାର ଓ ରବିବାର ଦିନ ୧ଟା ୩୦ମିନିଟରେ ଡିଡି ଓଡିଆରେ ପ୍ରସାରିତ କରାଯିବ ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଓଡିଶା ଜଗନ୍ନାଥଙ୍କ ଦେଶ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜେ ୫୬ ଭୋଗୀ । ଓଡିଆ ପର୍ବ ପର୍ବାଣୀ, ପିଠା ପଣା ଓ ଖାଦ୍ୟ ରୂଚି ପ୍ରତି ମୋର ବିଶେଷ ଆଦର ରହିଛି । ଓଡିଶା ବାହାରୁ ମୋ ଘରକୁ ଆସୁଥିବା ଅତିଥିମାନଙ୍କୁ ମୁଁ କେବଳ ଓଡିଆ ଖାଦ୍ୟ ପରସିଥାଏ । ଓଡିଆ ଖାଦ୍ୟ ରୂଚିର ସ୍ବତନ୍ତ୍ର ପରିଚୟ ରହିଛି । ପଖାଳ ମୋର ଭାରି ପସନ୍ଦ । ଧନ୍ୟବାଦ ।’

   Related Posts