ଦେଶର ଋଣ ଭାର ବଢ଼ିଲାଣି, ଚା' କମ୍ ପିଅ।; ଦେଶବାସୀଙ୍କୁ ଅନୁରୋଧ କଲା ପାକିସ୍ତାନ

Published By : Prameya-News7 Bureau | June 15, 2022 IST

ନୂଆଦିଲ୍ଲୀ: ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବାକୁ ଯାଉଛି। ଚା' କମ୍ ପିଅ। ନିଜ ଦେଶର ନାଗରିକଙ୍କୁ ଏଭଳି ଅନୁରୋଧ କରିଛି ପାକିସ୍ତାନ। ଚା' ପିଇବା କମାଇ ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଥିବା ବିଦେଶୀ ମୁଦ୍ରାରେ ଆମଦାନୀ ଖର୍ଚ୍ଚକୁ କମ୍ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଛି ପାକିସ୍ତାନ।

ପାକିସ୍ତାନବାସୀ ଆର୍ଥିକ ବର୍ଷ ୨୦୨୧-୨୨ରେ ୮୩.୮୮ ବିଲିୟନ(୪୦୦ ମିଲିୟନ ଆମେରିକୀୟ ଡଲାର)ର ମୂଲ୍ୟର ଚା' ପିଇଛନ୍ତି। ଏଭଳି ରିପୋର୍ଟ ସାମ୍ନାକୁ ଆସିବା ପରେ ସଂଘୟୀ ଯୋଜନା ମନ୍ତ୍ରୀ ଅଶନ ଇକବାଲ ଦେଶର ନାଗରିକଙ୍କୁ ଚା କମ୍‌ ପଇବାକୁ ଅନୁରୋଧ କରିଛନ୍ତି। ଏନେଇ ନ୍ୟୁଜ୍ ଇଣ୍ଟରନ୍ୟାସ୍‌ନାଲ ନ୍ୟୁଜପେପର ରିପୋର୍ଟ ପ୍ରକାଶ କରିଛି।

ପାକିସ୍ତାନରେ ବିଶ୍ୱରେ ଚା'ର ବଡ଼ ଆମଦାନୀକାରୀ ରାଷ୍ଟ୍ର। ଚା ଆମଦାନୀ ପାଇଁ ଟଙ୍କା ଉଧାର କରିବାକୁ ପଡ଼ୁଛି ବୋଲି ଅଶନ ଇକବାଲକହିଛନ୍ତି। ତେଣୁ ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ଚା ପିଇବାକୁ କମାଇ ୧-୨ ଦୁଇ କପ୍ କରନ୍ତୁ। କାରଣ ଆମେ ଋଣ କରି ଚା ଆମଦାନୀ କରୁଛୁ। ଇସ୍‌ଲମାବାଦ୍‌ରେ ସାମ୍ବାଦିକ ସମ୍ମିଳନୀରେ କରି ଏପରି କହଛନ୍ତି ପାକ ମନ୍ତ୍ରୀ।

ପାକିସ୍ତାନ ଫେଡେରାଲ୍ ବଜେଟ୍ ଡକ୍ୟୁମେଣ୍ଟ ଅନୁସାରେ ଗତ ଆର୍ଥିକ ବର୍ଷରେ ପାକିସ୍ତାନ ୧୩ ବିଲିୟନ(୬୦ ମିଲିୟନ ଆମେରିକୀୟ ଡଲାର)  ମୂଲ୍ୟର ଚା' ଆମଦାନୀ କରିଛି। ଚା' କିଣିବା ପାଇଁ ପାକିସ୍ତାନ ୨୦-୨୧ ଆର୍ଥିକ ବର୍ଷରେ ୭୦.୮୨ ବିଲିୟନ(୩୪୦ ମିଲିୟନ ଆମେରିକୀୟ ଡଲାର) ଟଙ୍କା ଖର୍ଚ୍ଚ କରିଥିଲା ବୋଲି ଖବର ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.