ପଦ୍ମପୁରରେ କିଏ ମାରିବ ବାଜି ? ଦ୍ୱିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗୁଆ

Published By : Prameya-News7 Bureau | December 08, 2022 IST

ଭୁବନେଶ୍ୱର ୦୮।୧୨ : କାହାର ହେବ ପଦ୍ମପୁର । ଗୁରୁବାର ଆସିବ ପଦ୍ମପୁର ଉପନିର୍ବାଚନ ରେଜଲ୍ଟ । ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରୁହା ଆଗୁଆ ରହିଥିବା ବେଳେ ୨ୟ ରାଉଣ୍ଡରେ ମଧ୍ୟ ଆଗୁଆ ରହିଛନ୍ତି ।

ତେବେ ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୦୫୯୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୬୯୭୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରସ ପ୍ରାର୍ଥୀ ୩୬୬ ଖଣ୍ଡ ଭୋଟ ପାଇଛନ୍ତି ।

୧ମ ରାଉଣ୍ଡ :

ବିଜେଡି-୫୫୦୧

କଂଗ୍ରେସ-୨୦୬

ବିଜେପି-୩୭୮୯

ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୧୭୧୨ ଖଣ୍ଡ ଭୋଟରେ ଆଗୁଆ

୨ୟ ରାଉଣ୍ଡ :

ବିଜେଡି- ୫୦୯୭

କଂଗ୍ରେସ-୧୬୦

ବିଜେପି-୩୧୯୦

୨ୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୩୬୧୯ ଖଣ୍ଡ ଭୋଟରେ ଆଗୁଆ

ସୂଚନାଯୋଗ୍ୟ ଯେ, ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା , ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମୋଟ ୧୪ଟି ଟେବୁଲ୍‌ରେ ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ଘୋଷଣା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.