ମୋଡ଼ିଫାଏଡ ସାଇଲେନ୍ସର ଲଗାଇ କରୁଥିଲେ ବିକଟାଳ ଶବ୍ଦ, ୨୫୦ରୁ ଅଧିକ ସାଇଲେନ୍ସର ଉପରେ ଚଢ଼ିଲା ରୋଲର

Published By : Prameya-News7 Bureau | August 05, 2025 IST

ଭଦ୍ରକ ୫।୮: ମୋଡ଼ିଫାଏଡ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ କରୁଥିଲା ବାଇକ୍ । ବାଇକ୍ ଗୁଡ଼ିକରୁ ମୋଡ଼ିଫାଏଡ ସାଇଲେନ୍ସର ଜବତ କରିବା ସହ ଜରିମାନା ଲଗାଇଥିଲା ପୋଲିସ । ଏବେ ଜବତ ମୋଡ଼ିଫାଏଡ ସାଇଲେନ୍ସର ଉପରେ ରୋଲର ଚଢାଇ ନଷ୍ଟ କରିଛି ପୋଲିସ ।

ଭଦ୍ରକ ସହରାଞ୍ଚଳ ପୋଲିସ ଭଦ୍ରକ ସହର ଗତ ମାସେ ହେବ ସ୍ବତନ୍ତ୍ର ଡ୍ରାଇଭ୍ କରି ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବାଇକ୍ ଜବତ କରିଥିଲା । ପରେ ଯେଉଁ ଗାଡ଼ି ଗୁଡ଼ିକରେ ଅରିଜିନାଲ ସାଇଲେନ୍ସର ଖୋଲି ମୋଡ଼ିଫାଏଡ ସାଇଲେନ୍ସର ଲଗାଇଥିଲେ ସେହି ଗାଡ଼ି ଗୁଡ଼ିକ ଉପରେ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଇବା ସହ ମୋଡ଼ିଫାଏଡ ସାଇଲେନ୍ସର ଜବତ କରିଥିଲା । ପରେ ପ୍ରାୟ ୨୫୦ରୁ ଅଧିକ ଜବତ ମୋଡ଼ିଫାଏଡ ସାଇଲେନ୍ସର ଉପରେ ରୋଲର ଚଢାଇ ନଷ୍ଟ କରିଛି । ଆଗାମୀ ଦିନରେ ମୋଡ଼ିଫାଏଡ ସାଇଲେନ୍ସର ଲଗାଇଥିବା ବାଇକ୍ ଓ ବିକ୍ରି କରୁଥିବା ଦୋକାନ ଉପରେ ମଧ୍ୟ ଆକ୍ସନ ହେବ ବୋଲି କହିଛନ୍ତି ଭଦ୍ରକ ସହରାଞ୍ଚଳ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ର ।

You Can Read:

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି, ଆଗାମୀ ଦୁଇ ବର୍ଷ ସମ୍ଭାଳିବେ ପଦ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.