ଅକ୍ଟୋବର ୧୯କୁ ୨୦ରୁ ଅଧିକ ବିମାନକୁ ବୋମା ଧମକ, ଚିନ୍ତାରେ ସୁରକ୍ଷା ଏଜେନ୍ସି

Published By : Prameya-News7 Bureau | October 19, 2024 IST

ନୂଆଦିଲ୍ଲୀ 19/10 :  ବିମାନ କମ୍ପାନୀ ଗୁଡ଼ିକୁ ବୋମା ଧମକ ମିଳିବାରେ ଲାଗିଛି। ଏହାରି ଭିତରେ  ଶନିବାରକୁ ପୁଣି ଥରେ 10 ଭିନ୍ନଭିନ୍ନ ବିମାନଗୁଡ଼ିକୁ ବୋମା ଧମକ ମିଳିବାରେ ଲାଗିଛି। ଯାହା ପରେ ବିମାନ ଚଳାଚଳ କ୍ଷେତ୍ରରେ ଉତ୍ତେଜନା ଦେଖାଦେଇଥିଲା। ଏଥିମଧ୍ୟର ରହିଛି ପାଞ୍ଚଟି ବିମାନ ଇଣ୍ଡିଗୋ ଏବଂ ଆକାଶା ଏୟାରଲାଇନ୍ସର ପାଞ୍ଚଟି ବିମାନ। ଅନ୍ୟଗୁଡ଼ିକ ଭିତରେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ଭିସ୍ତାରା, ସ୍ପାଇସ୍ ଜେଟ୍,  ଷ୍ଟାର ଏୟାର ଓ ଏୟାରଲାଇନ୍ସ ରହିଛି ସାମିଲ୍।  

ଇଣ୍ଡିଗୋ ଏହାର ଦୁଇଟି ବିମାନ ସମ୍ପର୍କରେ ଏକ ବିବୃତ୍ତି ଜାରି କରି କହିଛି, 'ମୁମ୍ବାଇରୁ ଇସ୍ତାନବୁଲ ଅଭିମୁଖେ ଉଡ଼ାଣ ଭରିଥିବା 6E17 ସହିତ ଜଡିତ ପରିସ୍ଥିତି ବିଷୟରେ ଆମେ ଅବଗତ। ଆମର ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରୁଛୁ । ଅନ୍ୟ ଏକ ବିବୃତ୍ତିରେ ଇଣ୍ଡିଗୋ କହିଛି, 'ଦିଲ୍ଲୀରୁ ଇସ୍ତାନବୁଲ ଅଭିମୁଖେ ଉଡ଼ାଣ  ଭରିଥିବା 6E 11 ସମ୍ବନ୍ଧୀୟ ପରିସ୍ଥିତି ବିଷୟରେ ଆମେ ଅବଗତ। ଆମର ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ।  ଆମେ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରୁଛୁ । 

ସୂଚନାନୁସାରେ ସୋମବାର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ବିମାନ ଚଳାଚଳ କରୁଥିବା ପ୍ରାୟ 70ଟି ବିମାନକୁ ବୋମା ଧମକ ମିଳିଥିଲା, ଯଦିଓ ପରବର୍ତ୍ତୀ ସମୟରେ ଏହି ସବୁ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା ।  ଏହି କାରଣରୁ, ବିମାନର ମାର୍ଗ ବଦଳାଇବାକୁ ପଡିଲା ଏବଂ ସମୟ ପରିବର୍ତ୍ତନ କରିବାକୁ ପଡିଥିଲା। 

ବିମାନ କମ୍ପାନୀଗୁଡ଼ିକୁ ମିଳୁଥିବା  ମିଥ୍ୟା ବୋମା ଧମକକୁ ରୋକିବା ପାଇଁ ଅପରାଧୀଙ୍କୁ 'ନୋ-ଫ୍ଲାଏ' ତାଲିକାରେ ରଖିବା ସହିତ କଡା ନିୟମ ଲାଗୁ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୋଜନା କରୁଛି। ଏହି ତାଲିକାର ଉଦ୍ଦେଶ୍ୟ ହେଉଛି ଅନିୟମିତ ଯାତ୍ରୀମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ବିମାନରେ ଯିବାକୁ ବାରଣ କରିବା । 

Also Read- ଲରେନ୍ସ ଗ୍ୟାଙ୍ଗକୁ ମୁହଁତୋଡ ଜବାବ ଦେଲେ ସଲମାନଙ୍କ ବାପା, କହିଲେ 'ଯିଏ ଅସରପା ମାରିନି ସେ କଣ ମାରିବ ପଶୁ' 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.