କୋରାପୁଟ ୧୭।୬: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଗାଦିଆଗୁଡା ପଞ୍ଚାୟତ ମାଳିମୁଣ୍ଡାଗୁଡ଼ା ଗ୍ରାମର ଧନୁ ହନ୍ତାଳ ଆଜିକୁ ୫ ଦିନ ହେବ ପେଟ ବ୍ୟଥା କାରଣରୁ ସର୍ଜରୀ ୱାର୍ଡ଼ରେ ଚିକିତ୍ସିତ ହେଉଥିଲେ ।
ରୋଗୀ ସମ୍ପର୍କୀୟଙ୍କ କହିବା ଅନୁସାରେ, ପେଟରେ ପାଣି ଜମି ଥିବାରୁ ବ୍ୟଥା ହେଉଛି ଆଜି ଡ଼ାକ୍ତର ପାଣି କାଢ଼ିବାକୁ କହିଥିଲେ । କିନ୍ତୁ ଆଜି ସକାଳୁ ଧନୁ ହନ୍ତାଳଙ୍କ ମୃତ୍ୟୁ ହେବା ପରେ ରୋଗୀ ସମ୍ପର୍କୀୟ ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା କହିଛନ୍ତି । ୫ ଦିନ ଧରି ଡ଼ାକ୍ତର ଚିକିତ୍ସା ବାହାନାରେ ଅବହେଳା କରି ଆସୁଥିଲେ କହିଛନ୍ତି ସମ୍ପର୍କୀୟ । ତେବେ ରୋଗୀ ମୃତ୍ୟୁ ପରେ ସମ୍ପର୍କୀୟ ଅଭିଯୋଗ ନେଇ ସୁରକ୍ଷାକର୍ମୀଙ୍କ ସହ ବଚସା ପରେ ମେଡିକାଲ ପରିସରରେ ଉତ୍ତେଜନା ବଢିଥିଲା । ମେଡିକାଲ ପରିସରରେ ଭାଙ୍ଗାରୁଜା କରିବା ସହ ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ସମ୍ପର୍କୀୟ । ଅନ୍ୟପଟେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କୋରାପୁଟ ଟାଉନ୍ ପୋଲିସର ଏକ ଟିମ୍ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।
You Can Read:
ହଇଜା ସ୍ଥିତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ, ୩ଟି ଦିଗକୁ ନେଇ ନିଆଯାଇଛି ପଦକ୍ଷେପ