ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

କୃଷି ଆଇନକୁ ବିରୋଧ : ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ୫ ବିରୋଧୀ ଦଳର ନେତା, ରାହୁଲ ଗାନ୍ଧୀ ବି ସାମିଲ

9/12/2020 at 11:44 AM

ନୂଆଦିଲ୍ଲୀ,୦୯/ ୧୨:  ଦେଶରେ କୃଷି ଆଇନକୁ ନେଇ ଆନ୍ଦୋଳନ ଜାରି ରହିଛି । ବିରୋଧୀ ଦଳ ମଧ୍ୟ କୃଷକଙ୍କର ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ବୁଧବାର ବିରୋଧୀ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏନେଇ ଅବଗତ କରିବେ । ଏନସିପି ନେତା ଶରଦ ପାଓ୍ୱାରଙ୍କ ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ବାମଦଳ ନେତା ମଧ୍ୟ ରାଷ୍ଚ୍ରପତିଙ୍କୁ ଭେଟିବେ ।

ସିପିଆଇ ନେତା ସୀତାରାମ ୟେଚୁରୀ କହିଛନ୍ତି ଯେ, କୋଭିଡ-୧୯ କଟକଣା ପାଇଁ କେବଳ ୫ ନେତା ରାଷ୍ଟ୍ରପତିଙ୍କୁ ଭେଟିବେ । ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ କୃଷି ଆଇନକୁ ନେଇ ସାମୁହିକ ଭାବେ ନିଜର ରଣନୀତି ପ୍ରସ୍ତୁତ କରିବେ ।

ଏନସିପି ନେତା ଶରଦ ପାଓ୍ୱାର ୟୁପିଏ ଶାସନ ସମୟରେ ଦେଶର କୃଷିମନ୍ତ୍ରୀ ଥିବା ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ଚିଠି ଲେଖି ସଫେଇ ଦେଇଥିଲେ ।

ପାଓ୍ୱାର କହିଥିଲେ ଯେ, ସେ କେବେ କହି ନାହାଁନ୍ତି ଯେ ଚିଠି ଲେଖି ନାହାଁନ୍ତି । ସେ ଏମଏସପିରେ ସାଧାରଣ ସଂଶୋଧନ ପାଇଁ ଦାବି କରିଥିଲେ । କିନ୍ତୁ ବିଜେପିର କୃଷି ଆଇନରେ ଏମଏସପି ବାବଦରେ କଛି କୁହାଯାଇ ନାହିଁ । ବିଜେପି ଏହି ପତ୍ର ଜରିଆରେ ଧ୍ୟାନ ହଟାଇବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି ।

   Related Posts