ଖୋର୍ଦ୍ଧା ୧୫|୧: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବଡ଼ନୂଆପଲି ଗାଁରେ କାଠ ଫାଳିଆ ମାଡରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି ।
{"id":74399}ମିଳିଥିବ ସୂଚନା ଅନୁଯାୟୀ ସୁରେଶ ପ୍ରଧାନ ଏବଂ ତାଙ୍କ ଦୁଇ ପୁଅଙ୍କ କାଠ ଫାଳିଆ ଆକ୍ରମଣରେ ସେହିଗ୍ରାମର ପାର୍ବତୀ ପରମାଣିକ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ , ତାଙ୍କ ବୋହୁ ରେବତୀ ଓ ନାତି ବିକାଶ ଗୁରୁତର ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
{"id":74400}ଘଟଣା ସ୍ଥାନରେ ବେଗୁନିଆ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା କରିଛି । ଅପରପକ୍ଷରେ ଖୋର୍ଦ୍ଧା ଏସପି ଦୀପ୍ତି ରଞ୍ଜନ ରାୟ ମେଡିକାଲକୁ ଯାଇ ମୃତକଙ୍କ ପରିବାରକୁ ଭେଟିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।