ଗାଧୋଇବା ବେଳେ ଭାସିଗଲେ ଦୁଇ ଛାତ୍ରୀ : ଜଣେ ମୃତ, ଜଣେ ନିଖୋଜ
1/06/2023 at 10:45 AM

ଖଲ୍ଲିକୋଟ ୧।୬: ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ଗାଁରେ ଅଘଟଣ । ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଜଣ ଛାତ୍ରୀ ଭାସିଯାଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ୭ଟା ବେଳେ ୫ ଜଣ ସାଙ୍ଗ ମିଶି ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିବା ବେଳେ ୫ ଜଣ ଭାସିଯାଇଥିଲେ । ଗ୍ରାମବାସୀଙ୍କ ଦ୍ବାରା ୩ ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ନିଖୋଜ ହୋଇଛନ୍ତି । ମୃତ ଛାତ୍ରୀ ଜଣଙ୍କ ହେଲେ କନିଷିର ସ୍ୱପ୍ନା ରାଣୀ ପଣ୍ଡିତ । ନିଖୋଜ ଛାତ୍ରୀ ଜଣଙ୍କ ହେଲେ ଶେରଗଡ଼ର ଗୁଡିଲି ମିଶ୍ର । ଯାତ୍ରା ଦେଖିବା ପାଇଁ ନିଜ ମାମୁଁଙ୍କ ଘରକୁ ଆସିଥିବା ବେଳେ ଅଘଟଣ ଘଟିଛି । ଗ୍ରାମବାସୀ ଏବଂ ଓଡ୍ରାଫ୍ ଟିମ୍ର ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
You Can Read :