ନୀଳଗିରି ୨୫।୦୬ : ନିର୍ବନ୍ଧ ସରିଥିଲା । ଦିନକ ପରେ ହୋଇଥାନ୍ତା ବିବାହ । ସବୁ ପ୍ରସ୍ତୁତି ସରିଥିଲା । ହେଲେ କିଏ ଜାଣିଥିଲା କାଳ ଆସି ଏଭଳି ମୃତ୍ୟୁ ଘଟିବ । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି।
ଖବର ଅନୁଯାୟୀ, ନୀଳଗିରି ଥାନା ଗାଙ୍ଗପୁରା ଗାଁର ହରେକୃଷ୍ଣ ମହାଳିକଙ୍କର ଶୁକ୍ରବାର ବିବାହ କରିବାରେ ଥିଲା । ବୁଧବାର ଭୋରୁ ତାଙ୍କ ପୁତୁରା ଜ୍ୟୋତିଶଙ୍କର ସହିତ କାର୍ରେ ସେରଗଡ଼ ଯାଉଥିଲେ । ମାମୁ ପୁଅ ଭାଇ ଆସିବାର ଥିବା ବେଳେ କାର୍ରେ କକା ପୁତୁରା ବେଶ୍ ହସଖୁସିରେ ଯାଉଥିଲେ । ହେଲେ କିଏ ଜାଣିଥିଲା ଏ ଖୁସିରେ ବି ଲାଗିଯିବ ଗ୍ରହଣ । ସେରଗଡ଼-ଉଦଳା ରାସ୍ତା ବାଲିଗୋହିରି ନିକଟରେ ସାମ୍ନା ପଟରୁ ଏକ ଦ୍ରୁତ ଗତିରେ ଆସି କାର୍କୁ ଧକ୍କା ଦେଇଥିଲା । ଏପିରିକି କାର୍କୁ କିଛି ବାଟ ଟାଣି ମଧ୍ୟ ନେଇଯାଇଥିଲା । ଏତେ ଭୟଙ୍କର ଦୁର୍ଘଟଣା ପରେ ଘଟଣାସ୍ଥଳରେ ହରେକୃଷ୍ଣଙ୍କର ମୃତ୍ୟୁ ହୋଇଥିବା ବେଳେ ହରିଶଙ୍କର ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ମୃତକ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ସେରଗଡ଼-ଝରଣାଘାଟିରେ ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।