ନିଯୁକ୍ତି ନାଁରେ ଚାଲିଥିଲା ଠକେଇ, ସାଇବର ପୋଲିସ କଲା ପର୍ଦ୍ଦାଫାଶ

Published By : Prameya-News7 Bureau | November 12, 2023 IST

କଟକ ୧୨।୧୧ :  ନିଯୁକ୍ତି ନାଁରେ ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ। ସନ୍ତୋଷ ମହାନ୍ତି ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ।

ଖବର ଅନୁଯାୟୀ, ନିଜକୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପର୍କୀୟ କହି, ଇଣ୍ଡିଆନ ଅଏଲ କର୍ପୋରେସନ ଓ ଭାରତୀୟ ରେଳବାଇ ଆଦି ବିଭାଗରେ ଚାକିରୀ ଦେବାକୁ ଠକୁ ଥିଲା ଅଭିଯୁକ୍ତ। ଗିରଫ ଅଭିଯୁକ୍ତ ଚାକିରି ଦେବାକୁ କହି ୫୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକିଥିବା ଜଣାପଡିଛି। ଚାକିରୀ ଆଶାୟୀଙ୍କୁ ରେଳବାଇ ବିଭାଗର ଜାଲ ଚୟନ ତାଲିକା ପ୍ରଦାନ କରି ଖୁବ ଶୀଘ୍ର ନିଯୁକ୍ତି ପତ୍ର ମିଳିବ ବୋଲି ପ୍ରତିଶ୍ରୁତି ଦେଇ, ଆଉ ଫୋନ ଉଠାଇନଥିଲା ଅଭିଯୁକ୍ତ। ମନ୍ତ୍ରୀ, ପ୍ରତିରକ୍ଷା ଅଧିକାରୀଙ୍କ ସମ୍ପର୍କୀୟ କହି ଠକୁଥିଲା ଅଭିଯୁକ୍ତ। 

wp:embed {"url":"https://www.prameyanews7.com/odisha-police-arrests-person-for-cyber-fraud/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-police-arrests-person-for-cyber-fraud/
/wp:embed

ତେବେ ଗିରଫ ଅଭିଯୁକ୍ତଠାରୁ ଏକ ଲ୍ୟାପଟପ, ୮ଟି ଫୋନ, ୧୩ଟି ସିମ କାର୍ଡ, ଏକ ହାର୍ଡ ଡିସ୍କ, ଦୁଇଟି ପେନଡ୍ରାଇଭ, ୫ଟି ପାସ ବୁକ, ୫ଟି ଚେକ ବୁକ, ୧୮ଟି ଡେବିଟ କାର୍ଡ, ଦୁଇଟି ପ୍ୟାନ କାର୍ଡ, ଭାରତୀୟ ବାୟୁସେନାର ଏକ ବ୍ୟାଚ, ଦୁଇଟି ଭିଜିଲାନ୍ସ ଏବଂ ଡିଆରଡିଓର ନକଲି ସାର୍ଟିଫିକେଟ ଜବତ କରିଛି ସାଇବର ଥାନା ପୋଲିସ । କଟକ ଡିସିପି ପିନାକ ମିଶ୍ର ଏହି ସୂଚନା ଦେଇଛନ୍ତି ।

wp:embed {"url":"https://www.prameyanews7.com/coach-rahul-dravid-happy-on-middle-order-batting/","type":"wp-embed","providerNameSlug":"prameya-news-7"}
https://www.prameyanews7.com/coach-rahul-dravid-happy-on-middle-order-batting/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.