ଟିଉସନ ହେବାକୁ ଯାଇ ଆଉ ଫେରିଲେନି, ବିଦ୍ୟାଳୟ ପରିସରରୁ ମିଳିଲା ଛାତ୍ରଙ୍କ ମୃତଦେହ

Published By : Prameya-News7 Bureau | October 02, 2022 IST

ଜଗତସିଂହପୁର ୦୨।୧୦ : ବିଦ୍ୟାଳୟ ପରିସରରେ ଛାତ୍ରଙ୍କର ମୃତ୍ୟୁ l ଜଗତସିଂହପୁର ଜିଲ୍ଲା  ନାଉଗାଁ ଥାନା ଶୁଦ୍ଧକଣ୍ଠି କମଳ ଲୋଚନ ବିଦ୍ୟାଳୟ ପରିସର ମଧ୍ୟରେ ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଘୋଡାନ୍ସ ଗାଁର ସୁଜିତ ନାୟକଙ୍କ ପୁଅ ଶ୍ରୀତମ ନାୟକ ଟିଉସନ ହେବା ପାଇଁ କମଳ ଲୋଚନ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁଙ୍କ ନିକଟକୁ ଆସିଥିଲେ । ଠିକ୍‌ ଏହି ସମୟରେ ସ୍କୁଲ ମଧ୍ୟରେ ଥିବା ଏକ ପୋଖରୀକୁ ନିଜର ତିନି ସାଙ୍ଗଙ୍କ ସହିତ ଯାଇଥିବା ସମୟରେ ହଟାଠ୍ ଶ୍ରୀତମ ପାଣିରେ ବୁଡି ଯାଇଥିଲେ l ଯାହାକୁ ଦେଖି ସାଙ୍ଗ ମାନେ ପାଟି କରିବା ସହିତ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ଏପିରିକି ସ୍କୁଲ ନିକଟରେ ଥିବା କିଛି ସ୍ଥାନୀୟ ଲୋକେ ପିଲାମାନଙ୍କ ପାଟି ଶୁଣି ସେଠାକୁ ଆସି ଶ୍ରୀତମକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାଣିରୁ ଉଦ୍ଧାର କରି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା l ଯାହାଫଳରେ ନାଉଗାଁ ମେଡିକାଲ ଓ ଉକ୍ତ ବିଦ୍ୟାଳୟ ପରିସରରେ ତୀବ୍ର ଉତେଜନା ସୃଷ୍ଟି ହୋଇଥିଲା l ଘଟଣାସ୍ଥଳରେ ନାଉଗାଁ ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଂଚି ଶବକୁ ଜବତ କରିବା ସହିତ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.