ବାଇକ୍କୁ ଧକ୍କାଦେଲା ହାଇଓ୍ବା, ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ
12/02/2020 at 10:08 AM

ଯାଜପୁର ୧୨।୨: ହାଇଓ୍ବା ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କରଡାପାଳ ଗ୍ରାମର ତନ୍ମୟ ବରାଳ । ମୃତ୍ୟୁକୁ ନେଇ ରାସ୍ତା ଅବରୋଧ କରିଛନ୍ତି ପରିବାରଲୋକ ଓ ସ୍ଥାନୀୟବାସିନ୍ଦା ।

ସୂଚନାଯୋଗ୍ୟ ଯେ, ତନ୍ମୟ ଆଜି ସକାଳୁ ନିଜ କାମକୁ ଯାଉଥିବା ବେଳେ ଗୋପବନ୍ଧୁ ମାର୍ଗ ନିକଟରେ ତାଙ୍କ ବାଇକ୍ କୁ ସମ୍ମୁଖରୁ ଧକ୍କା ଦେଇଥିଲା ହାଇଓ୍ବା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ତନ୍ମୟ ଜିନ୍ଦଲ ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାମ କରିଆସୁଥିଲେ । ତଦ୍ମୟଙ୍କ ମୃତ୍ୟୁ ପ୍ରତିବାଦରେ ଗୋପବନ୍ଧୁ ମାର୍ଗରେ ତାଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ନିଆଁଜାଳି ରାସ୍ତା ଅବରୋଧ କରିଛନ୍ତି ।
Related Posts
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023