ବାଲେଶ୍ବର ୧୩।୨: ସିଗାରେଟ କିଣାକୁ ନେଇ ହତ୍ୟାକାଣ୍ଡ । ଗୋଟିଏ ଟଙ୍କା ପାଇଁ ଗୋଟିଏ ଜୀବନ ଗଲା । ବାଲେଶ୍ବର ଜିଲ୍ଲା ସିଂଲା ଥାନା ରାଜଧାନୀ ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
{"id":223918,"sizeSlug":"large"}ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଏକ କାର ଯୋଗେ ଚାରି ଜଣ ଯୁବକ ଆସି ରାଜଧାନୀ ଛକରେ ଥିବା ଏକ ଦୋକାନରୁ ସିଗାରେଟ କିଣିଥିଲେ । ଦୋକାନୀ ଶ୍ରୀକାନ୍ତ ପାତ୍ର ସିଗାରେଟ ଦାମ ସାତ ଟଙ୍କା ବୋଲି କହିଥିଲେ, ତେବେ ଯୁବକମାନେ ଛଅ ଟଙ୍କା ସିଗାରେଟକୁ କାହିଁକି ସାତ ଟଙ୍କାରେ ବିକୁଛ ବୋଲି କହିଥିଲେ । ସେଇଠୁ ଆରମ୍ଭ ହୋଇଥିଲା ବଚସା ।
{"id":223919,"sizeSlug":"large"}ଦୋକାନୀ ଜଣଙ୍କ ତାଙ୍କ ଭାଇ ସୁବାସ ପାତ୍ରଙ୍କୁ ଫୋନ କରି ଡାକିଥିଲେ । ଜୀବନ ପହଂଚିବା ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଫଳରେ ସୁବାସ ପାତ୍ର ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କଟକରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
{"id":223920,"sizeSlug":"large"}ସୁବାସଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଲୋକେ ସାର୍ଥ।-ସୁଲପଟା ରାସ୍ତାର ରାଜଧାନୀ ଛକରେ ରାସ୍ତାରୋକ କରିଛନ୍ତି । ୪ ଯୁବକ ଆସିଥିବା କାରକୁ ଭାଙ୍ଗି ଦେଇଛନ୍ତି । ଗାଁ ଲୋକଙ୍କ ମାଡରେ ସିଗାରେଟ କିଣୁଥିବା ୪ ଯୁବକଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି ।