ଡିଲ୍‌ ବେଳେ ମାଡିବସିଲା ପୋଲିସ ; ମହାବଳ ବାଘ ଛାଲ ଜବତ, ଜଣେ ଗିରଫ

Published By : Prameya-News7 Bureau | December 31, 2022 IST

ନବରଙ୍ଗପୁର ୩୧।୧୨ : ନବରଙ୍ଗପୁର ପୋଲିସକୁ ସଫଳତା । ଡିଲ୍‌ ବେଳେ ମାଡିବସିଲା ପୋଲିସ । ମହାବଳ ବାଘ ଛାଲ୍‌ ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ନବରଙ୍ଗପୁର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପାପଡ଼ାହାଣ୍ଡି ସବ୍‌-ଇନ୍‌ସପେକ୍ଟରଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ମୃଗବିହାର ନିକଟରେ ଚଢାଉ କରିଥିଲା । ମହାବଳ ବାଘ ଛାଲ୍‌କୁ ବିକ୍ରି ପାଇଁ ଡିଲ୍‌ ଚାଲିଥିଲା । ଏହି ସମୟରେ ପୋଲିସର ଚଢାଉରେ ଜଣଙ୍କୁ ଗିରଫ କରିବା ସହ ବାଘ ଛାଲକୁ ଜବତ କରାଯାଇଛି । ଗିରଫ ଯୁବକ ଜଣଙ୍କ ପାପଡ଼ାହାଣ୍ଡି ଥାନା ସତନାମୀ ସାହିର କମଲ କୁମାର ମହାନ୍ତି ବୋଲି ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ଡିଏସ୍‌ପି ଚନ୍ଦ୍ର ଶେଖର ହୋତା ।

ତେବେ ଗିରଫ ଅଭିଯୁକ୍ତ ବାଘ ଛାଲ କେଉଁଠୁ ଆଣିଥିଲା । ଏହି ରାକେଟ୍‌ରେ ଆଉ କେତେ ଜଣ ସାମିଲ ଅଛନ୍ତି । ଏବେ ଯାଏଁ କେତୋଟି ବାଘର ଶିକାର କରିଛନ୍ତି । ଏପରି ଅନେକ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ଡିଏସ୍‌ପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.