ଫେରାର ଠକକୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ, ଓଡିଶା ହୋମ ନିର୍ଦ୍ଦେଶକ ଗିରଫ

Published By : Prameya-News7 Bureau | October 02, 2022 IST

ଭୁବନେଶ୍ୱର ୦୨।୧୦ : ଫେରାର ଠକକୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ । ଓଡିଶା ହୋମ କମର୍ସିଆଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ନିର୍ଦ୍ଦେଶକ ଗିରଫ ହୋଇଛନ୍ତି । ଗିରଫ ନିର୍ଦ୍ଦେଶକଙ୍କ ନାମ ମନୋଜ ପଣ୍ଡା ।

ଖବର ଅନୁଯାୟୀ, ଗତ କିଛି ତଳେ ମନୋଜ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କରିଥିଲା ଇଓଡ଼ବ୍ଲ୍ୟୁ । ଆପାର୍ଟମେଂଟ ଓ  ଫ୍ଲାଟ ଦେବା ନାଁରେ ୨୦ କୋଟି ଠକେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଫ୍ଲାଟ ଓ ଆପାର୍ଟମେଂଟ ଦେବାକୁ କହି ଟଙ୍କା ନେଇଥିଲା । ୨୦୧୩ ରୁ ୨୦୧୬ ମଧ୍ୟରେ ୪୨ ଜଣଙ୍କ ଠାରୁ ୨୦ କୋଟି ନେଇଥିଲା ସଂସ୍ଥା ।  ୨୦୧୮ ମସିହାରେ ଫ୍ଲାଟ ଦେବାକୁ କହିଥିଲେ । ଟଙ୍କା ପାଇବା ପରେ ଛୁ ମାରିଥିଲେ ମନୋଜ ପଣ୍ଡା । ଟଙ୍କା ଦେଇଥିବା ଜମାକାରି ଇଓଡ଼ବ୍ଲ୍ୟୁ ରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଇଓଡ଼ବ୍ଲ୍ୟୁ । ଆଉ ଏବେ ଫେରାର ଠକକୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.