AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଜଙ୍ଗଲରେ ଆଖିବୁଜିଲା ଆଉ ଏକ ହାତୀ, ବନବିଭାଗ କରୁଛି ତଦନ୍ତ

10/12/2022 at 11:00 AM

ନୀଳଗିରି ୧୦।୧୨ :  ପୁଣି ଏକ ମାଇ ହାତୀର ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ନୀଳଗିରି କୂଳଡିହା ଅଭୟାରଣ୍ୟରେ ଏକ ବୃଦ୍ଧା ମାଈ ହାତୀର ମୃତ୍ୟୁ ହୋଇଛି । କୁଳଡିହା ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶୁକ୍ରବାର ରାତିରେ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ବିଟ ଅଧିନ ସିଆଡିମାଳ ନିକଟ କଦମଶୋଳ ଠାରେ ଏକ ବୃଦ୍ଧା ହାତୀଟିର ମୃତ୍ୟୁ ହୋଇଛି । ବୟସାଧକ କାରଣରୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହେଲେ ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ନୀଳଗିରି କୁଳଡିହା ରେଞ୍ଜର ଅନନ୍ତ ଜେନା, ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର ଭାଗ୍ୟଶ୍ରୀ ଦିୱେଦୀ, ପ୍ରାଣୀଧନ ବିଶେଷଜ୍ଞ ପହଁଚି ଥିବା ଜଣାପଡ଼ିଛି। ତେବେ ଏହି ହାତୀର ମୃତ୍ୟୁକୁ ମିଶାଇ ଚଳିତ ବର୍ଷ କୁଳଡିହା ଅଭୟାରଣ୍ୟରେ ଛୋଟ ବଡ ୫ଟି ହାତୀର ମୃତ୍ୟୁ ହୋଇସାରିଲାଣି।

   Related Posts