ଅଟୋକୁ ଧକ୍କା ଦେଲା ଟ୍ରକ୍ : ଜଣେ ମୃତ, ୪ ଗୁରୁତର

Published By : Prameya-News7 Bureau | February 27, 2024 IST

ବ୍ରହ୍ମପୁର ୨୨: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଆସିକା ମୁଖ୍ୟ ରାସ୍ତା ରାଜପୁର ଛକ ନିକଟରେ ଅଟୋକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଭୋରରୁ ସକାଳୁ ସକାଳୁ ଏକ ଅଟୋଟି ୪ରୁ ୫ଜଣ ଇଟା ଭାଟି ଶ୍ରମିକଙ୍କୁ ନେଇ ଦିଗପହଣ୍ଡିରୁ ପାଟପୁର ଭାଲିଆଝୋଳ। ଯାଉଥିଲା । ଏହି ସମୟରେ ସମ୍ମୁଖରୁ ଆସି ଟ୍ରକ୍‌ଟି ଧକ୍କା ଦେଇ ଥିଲା । ଯାହା ଫଳରେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଥିଲା । ଖବର ପାଇ ଦିଗପହଣ୍ଡି ପୋଲିସ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତ ଗୁରୁତର ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲା । ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଲେ ରାମନାଥ ବରଜା, କୁନି ବରଜା, ଫୁଲମତି ବରଜା ।

You Can Read :

wp:embed {"url":"https://www.prameyanews7.com/diver-injured-and-helper-critical-after-trailer-meets-accident-in-keonjhar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/diver-injured-and-helper-critical-after-trailer-meets-accident-in-keonjhar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.