ଚୋରାଚାଲାଣ ବେଳେ ଜବତ ହେଲା ଗଞ୍ଜେଇ : ଜଣେ ଗିରଫ, ଜଣେ ଫେରାର

Published By : Prameya-News7 Bureau | February 18, 2020 IST

ଗୁଣୁପୁର ୧୮।୨: ରାୟଗଡା ଜିଲ୍ଲା ଗୁଡାରି ପୁଲିସ ଦ୍ଵାରା ୭୦ କେଜି ଗଞ୍ଜେଇ ଜବତ ଓ ଜଣେ ଗିରଫ ହୋଇଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ନରସାମ୍ବି କିମ୍ବାକା  ଓ ସେ ଗୁଡାରି ଥାନା ଅନ୍ତର୍ଗତ ଖାରିଆଗୁଡା ଅଞ୍ଚଳର ବୋଲି ଜଣାପଡିଛି ।

{"id":225942,"sizeSlug":"large"}

ଗତ କାଲି ଗୁଡାରି ପୁଲିସ କୌଣସି ବିଶେଷ ସୂତ୍ରରୁ ଖବର ବୁଜିଙ୍ଗଗୁଡା ଛକ ନିକଟରେ ଚଢାଉ କରିଥିଲା  । ଚଢାଉ ସମୟରେ ବେଆଇନ ଭାବେ ଚୋରା ଚାଳନ ହେଉଥିବା ଗଞ୍ଜେଇ  ଜବତ କରିଥିଲା ।  ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ୪୦ ହଜାର ହେବ ବୋଲି ଜଣାପଡିଛି । ଜବତ ଗଞ୍ଜେଇ ବେଆଇନ ଭାବେ ଗୁଡାରି ଅଞ୍ଚଳରୁ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଥିବା ଜଣାପଡିଛି । ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରି ଗୁଡାରି ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଥିବା ଗୁଣୁପୁର ଏସଡିପିଓ ରାଜ କିଶୋର ଦାସ ସୂଚନା ଦେଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.